ଆଖି ରଙ୍ଗରୁ ବାରି ହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ । ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକିତ୍ସକ ମତ ଦେଇଛନ୍ତି । ଆଖି ଫୁଲିବା ଅବା ଆଖିପତାର ଭିତର ଅଂଶରେ ରଙ୍ଗରେ ପରିବର୍ତ୍ତନ ଆସିଲେ ଶରୀର ରୋଗାକ୍ରାନ୍ତ ରହିଛି ବୋଲି ଅନୁମାନ କରାଯାଏ । ଆଖି ତଳେ ଲିକ୍ୟୁଇଡ ବା ମ୍ୟୁକସ ଜମା ହେଲେ କିଡନୀରେ ସମସ୍ୟା ଥିବା ଜଣାପଡେ ।
ଆଖିର ପରଦା ପଡିଲା ଭଳି ଲାଗିଲେ ମୁତ୍ରାଶୟ ବ୍ଲାଡର ଖରାପ ଅଛି ବୋଲି କୁହାଯାଏ ।
ଆଖି ତଳେ ତଳେ କଳାଦାଗ ପଡିଲେ ଏହା କିଡନୀରେ ସମସ୍ୟା ଥିବା ସୂଚନା ଦେଇଥାଏ । ନ୍ୟୁଟ୍ରିସନ ଡେଫିସିଏନ୍ସି ପାଇଁ ଏଭଳି ସମସ୍ୟା ଉପୁଜିଥିବା ଜଣାଯାଏ ।
ଗର୍ଭାଶୟରେ ସମସ୍ୟା ଥିଲେ ଅବା ସିଷ୍ଟ, ୟୁଟ୍ରେସ କ୍ୟାନସର ସମସ୍ୟା ଥିଲେ ଆଖି ତଳେ ଆଇବ୍ୟାଗ ବା ଆଖି ପତା ତଳେ ଛୋଟଛୋଟ ମାଂସ ପିଣ୍ଡୁଳା ତିଆରି ହୋଇଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ