ଆଗରପଡାରେ ଚକ୍ଷୁ ପରୀକ୍ଷା ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କୁଆଁସମଢିଆ ଠାରେ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନାଗରିକ ସୁରକ୍ଷା ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ଉପସଭାପତି ଚିତ୍ତରଞ୍ଜନ ସାମନ୍ତରାୟ, ସମ୍ପାଦକ ରଞ୍ଜନ କୁମାର ଦାସ, ସହ ସମ୍ପାଦକ ଗୋଲକ ବିହାରୀ ପୃଷ୍ଟି ଯୋଗ ଦେଇ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିବିରରେ ଡାକ୍ତର ଲୋପାମୁଦ୍ରା ପଣ୍ଡା, ପାରାମେଡିକ୍ ବେବି ସାହୁ, ସ୍ୱାସ୍ଥ୍ୟ ସଂଯୋଜକ ରବିନ୍ଦ୍ର ଜେନା ଉପସ୍ଥିତ ରହି ୫୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୮ ରୋଗୀଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ରୋଗୀ ମାନଙ୍କୁ ଭୂମିକା ଚକ୍ଷୁ ହସପିଟାଲ ନିଆଯାଇ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାଯାଇଛି । ଶିବିର ପରିଚାଳନାରେ ଉପଦେଷ୍ଟା ମୁରଲୀଧର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ସାହୁ, ସୁବାଷ ଦାଶ, ସମୀକ୍ଷକ ରାମଚନ୍ଦ୍ର ଜେନା, ସଭ୍ୟ ଜଗନ୍ନାଥ ଶତପଥି, ରାମଚନ୍ଦ୍ର ସାହୁ ସହଯୋଗ କରିଥିଲେ ।