ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଟିକିତୀରାସ୍ଥିତ ମା’ଟିକେଇଶୁଣୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ହଂସପାଳସ୍ଥିତ ବାଟ ମହାବୀର ମନ୍ଦିର ନିକଟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ପ୍ରସନ୍ନ କୁମାର ରାଉତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପଣା ପିଇବା ସହିତ ଠାକୁରଙ୍କ ଆର୍ଶିବାଦ ଗ୍ରହଣ କରିଥିଲେ । ଚାରି ଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ହରେକୃଷ୍ଣ ବେହୁରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଦସ୍ୟ ସାରଙ୍ଗଧର ସାହୁ, ଆଲୋକ କୁମାର ସାହୁ, ସମୀର ପଟ୍ଟନାୟକ, ଅମୂଲ୍ୟ ପରିଜା, ଧରଣୀଧର ରାଉତ, ବସନ୍ତ ସ୍ୱାଇଁ, ଦୀଲିପ କୁମାର ରାଉତ, ଦୀଲୁ ସ୍ୱାଇଁ, ଚାରି ଟେବୁଲ ଟ୍ରଷ୍ଟର କୋଷାଧ୍ୟକ୍ଷା ଦୀପିକାରାଣୀ ସ୍ୱାଇଁ, ଉଦ୍ଧବ ବାରିକଙ୍କ ସମେତ ଟ୍ରଷ୍ଟର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ