ଆଗିରିଆ ବନୁମନ ମନ୍ଦିରରୁ ଚୋରୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଗୋଟିଏ ପଟେ କରୋନା ଲକଡାଉନ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବାବେଳେ କିଛି ଦୁର୍ବୁତ ହାବଳେଶ୍ୱର ଅଞ୍ଚଳରେ ଚୋରୀ କରିବାରେ ଲାଗିପଡିଛନ୍ତି । ଗତ କିଛିଦିନ ତଳେ ଜମ୍ଭରା ଜଗନ୍ନାଥ ମନ୍ଦିରରୁ ମାଇକସେଟ, ସିସିଟିଭି କ୍ୟାମେରା, ହୁଣ୍ଡି ଭାଙ୍ଗି ସମସ୍ତ ଦାନଅର୍ଥ ଆଦି ଚୋରୀ କରିଥିବାବେଳେ ତା ପରେପରେ ଏପ୍ରିଲ ୧୦ତାରିଖ ରାତିରେ ଜମ୍ଭରାର ଆଉ ଏକ ଶିବ ମନ୍ଦିରରୁ ଘଣ୍ଟ, ଘଣ୍ଟା, ନାଗ ଆଦି ଚୋରୀ ହୋଇଥିଲା ସେହିପରି ଗତକାଲି ଆଗିରିଆ ଗ୍ରାମର ହନୁମାନ ମନ୍ଦିରରୁ ଦୁର୍ବୁତମାନେ ଘଣ୍ଟ, ଘଣ୍ଟା ଆଦି ଚୋରୀ କରିନେଇଥିବା ଜଣାଯାଇଛି । ବାରମ୍ବାର ଏପରି ଚୋରୀ ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଚୋରଙ୍କ ସମ୍ପର୍କରେ ସାମାନ୍ୟତମ ସୁଚନା ପାଇପାରୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ