ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ବେଲଗୁଣ୍ଠାରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ସମଗ୍ର ରାଜ୍ୟରେ ଆଜି ମୋ ସ୍ଵପ୍ନର ଓଡ଼ିଶା ଶୀର୍ଷକରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ରେ ବେଲଗୁଣ୍ଠା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ କ୍ଷତ୍ରିୟବରପୁର ସ୍ଥିତ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୭୮ ଜଣ ଏବଂ ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀମାନେ ନିଜ ଇଛା ମୁତାବକ ଓଡ଼ିଆ ଏବଂ ଇଁରାଜୀ ଭାଷାରେ ପ୍ରବନ୍ଧ ଲେଖିଥିଲେ I ପ୍ରତି କେନ୍ଦ୍ରରୁ ଓଡ଼ିଆ ଭାଷାରେ ପ୍ରବନ୍ଧ ଲେଖିଥିବା ଶ୍ରେଷ୍ଠ ପାଞ୍ଚ ଜଣ ଏବଂ ଇଁରାଜୀ ଭାଷାରେ ପ୍ରବନ୍ଧ ଲେଖିଥିବା ଶ୍ରେଷ୍ଠ ପାଞ୍ଚ ଜଣଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହିତ ସେମାନଙ୍କ ଉତ୍ତର ଖାତାକୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପଠାଇ ଦିଆଯାଇଛି I ଏହା ସହିତ ଉଭୟ କେନ୍ଦ୍ରରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଲିଖନ ଏବଂ ଭାଷା ଜ୍ଞାନ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଏକ ହଜାରରୁ ଛାତ୍ର ଅଂଶଗ୍ରହଣ କରିଥିବା ଜଣାପଡ଼ିଛି I କାର୍ଯ୍ୟକ୍ରମ ଶେଷରେ ଉଭୟ କେନ୍ଦ୍ରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରଯାଇଛି I ଏହି ଅବସରରେ ପ୍ରଦ୍ୟୁମ୍ନ ପାତ୍ରଙ୍କ ଆବାହନ କ୍ରମେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଉନସିଲର୍ ଦିବ୍ୟ ଦାଶ,ଭାସ୍କର ପାତ୍ର,ସମାଜ ସେବୀ ଭି ଦେବୀ ପ୍ରସାଦ ପାତ୍ର, ରୋଟାରୀ କ୍ଲବ୍ ସଭାପତି ମଧୁସୂଦନ ମହାପାତ୍ର, ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା, ପ୍ରେସକ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ତତ୍ତ୍ୱାବଧାନରେ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ସରପଞ୍ଚ କମଳ କୁମାରୀ ପ୍ରଧାନ, ସମିତିସଭ୍ୟ କୁଞ୍ଜବିହାରୀ ନାୟକ ଏବଂ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ବେଲଗୁଣ୍ଠାରେ ପ୍ରଦ୍ୟୁମ୍ନ ପାତ୍ର ଏବଂ କ୍ଷତ୍ରିୟବରପୁର ଶିଶିର କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସହସମ୍ପାଦକ ସରୋଜ ଶତପଥୀ,ଶିବରାମ ଚୌଧୂରୀ, ସୁଧାଂଶୁ ବିଷୋୟୀଙ୍କ ସମେତ ବ୍ଳକ୍ ର ସିଆରସିସି ଏବଂ ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ