ଖାଦ୍ୟ ସ୍ୱାଦିଷ୍ଟ କରିବାର ଉପାୟ

ପ୍ରତ୍ୟେକ ମହିଳା ଇଚ୍ଛା କରନ୍ତି ସେମାନେ ପ୍ରସ୍ତୁତ କରିଥିବା ଖାଦ୍ୟ ସମସ୍ତେ ପସନ୍ଦ କରନ୍ତୁ । ରୋଷେଇ ଘରେ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରୁଥିଲେ ଏପରି କେତେକ କଥା ପ୍ରତି ଦୃଷ୍ଟି ଦେଇପାରନ୍ତି ।
– ଛୋଲେ ଭଟୁରେ ପ୍ରସ୍ତୁତ କରୁଥିଲେ ଭଟୁରେ ତିଆରି କରିବା ପାଇଁ ମଇଦା ସହିତ ସୁଜି ମିଶାନ୍ତୁ । ଏଥିରେ ଭଟୁରେ ନରମ ଓ ସ୍ୱାଦିଷ୍ଟ ହୋଇପାରିବ ।
– ସବୁବେଳେ ଧିମା ଆଞ୍ଚରେ ରୋଷେଇ କଲେ ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ଏହାର ପୋଷକ ତତ୍ତ୍ୱ ସଠିକ୍‌ ରହିଥାଏ ।
– ଟମାଟୋ ସୁପ ପାଇଁ ଟମାଟୋ ସିଝାଇବା ବେଳେ ଏହା ସହିତ ଗୋଟିଏ କଞ୍ଚାଲଙ୍କା, ରସୁଣ ଏବଂ ଛୋଟ ଅଦା ଖଣ୍ଡେ ପକାଇ ସିଝାନ୍ତୁ । ସୁପର ସ୍ୱାଦ ବଢ଼ିଯିବ ।
– ଆମ୍ବ ଆଚାର ପ୍ରସ୍ତୁତ କରିବା ସମୟରେ ଯଦି ଏହାର ଫାଙ୍କରେ ଲୁଣ, ହଳଦୀ ଲଗାଇ ରଖିଥାନ୍ତି, ତେବେ ଏହା ସହିତ ୧-୨ ଚାମଚ ଗୁଣ୍ଡ ଚିନି ସେଥିରେ ପକାଇ ଦିଅନ୍ତୁ । ଆଚାରରୁ ଅତିରିକ୍ତ ଜଳୀୟ ଅଂଶ ବାହାରିଯିବ ଏବଂ ରଙ୍ଗ ମଧ୍ୟ ଖରାପ ହେବନି ।
– ନୁଡଲସ, ମାକାରୋନି କିମ୍ବା ପାସ୍ତା ସିଝାଇବା ପରେ ଥଣ୍ଡା ପାଣିରେ ପକାଇ ଧୋଇ ଦିଅନ୍ତୁ । ଏଗୁଡ଼ିକ ପରସ୍ପର ପ୍ରତି ଲାଗିଯିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ