ଆଜି ଆଇପିଏଲ ରେ ଏସଆରଏଚ କୁ ଭେଟିବ ଆରଆର
ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ବିବାଦ ଓ ପରାଜୟକୁ ପଛରେ ପକାଇ ରାଜସ୍ଥାନ ଏହି ମ୍ୟାଚ୍ରେ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍ରେ ୧୮୫ ରନ ଟାର୍ଗେଟର ପିଛା କରି ରାଜସ୍ଥାନ ବେଶ୍ ଭଲ ସ୍ଥିତିରେ ରହିଥିଲା। ଜୋଶ ବଟଲର ୬୯ ରନ କରି ଦଳର ସ୍କୋରକୁ ଆଗେଇ ନେଉଥିବା ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ବିବାଦୀୟ ଢଙ୍ଗରେ ରନ୍ ଆଉଟ (ମଙ୍କଡିଙ୍ଗ୍) କରିଥିଲେ ଓ ଶେଷରେ ବ୍ୟାଟିଂ ବିପର୍ୟ୍ୟୟର ଶିକାର ହୋଇ ରାଜସ୍ଥାନ ପରାସ୍ତ ହୋଇଥିଲା। ପୁଣି ବଲ୍ ଟ୍ୟାମ୍ପିରିଂ ବିବାଦରେ ବାସନ୍ଦ ହୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସହ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ମଧ୍ୟ ଆଇପିଏଲ୍କୁ ଫେରିଛନ୍ତି। ରାଜସ୍ଥାନ ଭଳି ହାଇଦ୍ରାବାଦ ମଧ୍ୟ ତା’ର ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲା। । ଡେଭିଡ ଓ୍ବାର୍ନରଙ୍କ ହାଇଦ୍ରାବାଦର ବ୍ୟାଟିଂ ବେଶ୍ ଦୃଢ ମନେ ହେଉଛି। ତେବେ ଡେଥ୍ ଓଭରରେ କୋଲକାତା ବିପକ୍ଷରେ ବୋଲିଂ ବିଫଳତା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।


