ସ୍ୱାସ୍ଥ ଶିବିର ଅନୁଷ୍ଠିତ
ଭୂୂବନେଶ୍ୱର ସ୍ଥିତ ଗ୍ୟାରେଜ ଛକ ଲକ୍ଷ୍ମୀ ମନ୍ଦିର ପରିସର ମଧ୍ୟରେ ବରିଷ୍ଠ ନାଗରିକ ତରଫରୁ ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରେ ହାଇଟେକ ମେଡିକାଲର ଅସ୍ଥିଶଲ୍ୟ ବିଭାଗର ଡକ୍ଟର ଅରୋବିନ୍ଦ ଦାସ ,ଡକ୍ଟର ପୁର୍ଣ୍ଣେନ୍ଦ୍ରୁ ବେହେରା ,ଶୁଭମ ସିଂ, ଶଶାଙ୍କ ପଟେଲ , ଗାଇନୋଲୋଜି ଡକ୍ଟର ଲୀନା ଦାସ , ଲିପିକା ନୟକ ,ଓ ବିରାଜ ଲକ୍ଷ୍ମୀ ଆଚାଯ ର୍୍ୟ , ପରିଚାଳନା କରିଥିଲେ । ମଞ୍ଚର ସଭାପତି ,ସମ୍ପାଦକ , ସହ ସମ୍ପାଦକ , ସଭ୍ୟମାନଙ୍କର ଅକ୍ଲାନ୍ତ ଓ ଆନ୍ତରିକ ପ୍ରଚେଷ୍ଟାରେ ଏହି ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଥିଲା ।


