ଆଜି ଆସିବ ଆଉ ୧୦ ଟ୍ରେନ୍
ଭୁବନେଶ୍ୱର: ଓଡ଼ିଶାକୁ ଟ୍ରେନରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ବଢ଼ି ଚାଲିଛି । ୨୭ ତାରିଖ ସୁଦ୍ଧା ଓଡ଼ିଶାରେ ୧୪୧ଟି ଟ୍ରେନ ଓଡ଼ିଶାକୁ ଆସିବା ବେଳେ ଆଉ ୧୪ଟି ଟ୍ରେନ ପହଞ୍ଚିଛି । ସୁରତରୁ ୩ଟି ଟ୍ରେନ ଆସି ବ୍ରହ୍ମପୁରରେ ପହଞ୍ଚିଛି । ଏହା ବ୍ୟତୀତ ଗୁଜରାଟର ଉଦ୍ଧନରୁ ଦୁଇଟି ଟ୍ରେନ ନିର୍ଗୁଣ୍ଡି ଷ୍ଟେସନରେ ପହଞ୍ଚିଛି । ସେହିପରି ବାଲେଶ୍ୱରରେ ୫ଟି ଟ୍ରେନ ଲାଗିଥିବା ବେଳେ ଭଦ୍ରକରେ ୩ଟି କଟକରେ ଗୋଟିଏ ଟ୍ରେନ ଲାଗିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗୁରୁବାର ଦିନ ଆଉ ୧୦ଟି ଟ୍ରେନ ଓଡ଼ିଶା ଅଭିମୁଖେ ବାହାରିଛି । ସୁରତରୁ ବ୍ରହ୍ମପୁର ଅଭିମୁଖେ ୩ଟି ଆସୁଛି । ଏହାବ୍ୟତୀତ ସୁରତରୁ ନିର୍ଗୁଣ୍ଡିକୁ ଦୁଇଟି ଟ୍ରେନ, ଚେନ୍ନାଇରୁ ବ୍ରହ୍ମପୁର, ଗୁଜରାଟର ଭାବନଗରରୁ ଭୁବନେଶ୍ୱର, ସୁରତରୁ ବାଲେଶ୍ୱର, ମହାରାଷ୍ଟ୍ରର ପାନଭେଲରୁ ବାଲେଶ୍ୱର ଓ ପଣ୍ଡିଚେରିର କରାଇକେଲାରୁ ବାଲେଶ୍ୱରକୁ ଗୋଟିଏ ଲେଖାଏଁ ଟ୍ରେନ ଆସୁଥିବା ସୂଚନା ମିଳିଛି । ଏହି ଟ୍ରେନ ଗୁଡ଼ିକ ଶୁକ୍ରବାର ରାତି ସୁଦ୍ଧା ନିର୍ଦ୍ଧାରିତ ଷ୍ଟେସନରେ ପହଞ୍ଚିବାର ସମ୍ଭାବନା ରହିଛି ।


