ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ତିନ ତଲାକ କୁ ମିଳିପାରେ ସବୁଜ ସଙ୍କେତ
ଦ୍ୱିତୀୟ ଥର ପ୍ରଧାନ ମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଆଜି ନୂଆ ମନ୍ତ୍ରୀ ମାନଙ୍କୁ ନେଇ ପ୍ରଥମ କ୍ୟାବିନେଟ ବୈ÷ଠକ ଅନୁଷ୍ଠିତ ହେବ ଏହି ବୈ÷ଠକରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ତା ସହିତ ତିନି ତଲାକ ବିିଧେୟକ ବା ବିଲ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୋଦି ନେତୃତ୍ୱସ ଦିନ ସରକାର ନିଜର ପ୍ରଥମ ପାଳି ରେ ତିନ ତଲାକ ବିଲ ଆଣିଥିଲେ । ଲୋକସଭାରେ ବିଲ ଟି ପାସ ହୋଇଯାଇଥିଲା କିନ୍ତୁ ରାଜ୍ୟ ସଭା ରେ ଏହା ପାରିତ ହୋଇ ନଥିବାରୁ ଏହା ଆଇନରେ ପରିଣତ ହୋଇପାରି ନଥିଲା । ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବା ପରେ ତିନ ତଲାକ ବିଧେୟକଙ୍କୁ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି ।


