ଭୟଙ୍କର ରୂପ ନେଉଛି ‘ବାୟୁ’
ଘନି ଭୂତ ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ବାୟୁ’ । ଏହାର ପ୍ରଭାବରେ ଗୁୁଜୁରାଟରେ ସରକାରଙ୍କ ପକ୍ଷରୁ ହାଇ ଆର୍ଲଟ ଜାରି କରାଯାଇଛି । ପାଣିପାଗ ବିଭାଗର କହିବା ଅନୁସାରେ ବାୟୁ ଆସନ୍ତା କାଲି ଗୁଜୁରାଟ ର ବେରାବଲ ଉପକୂଳରେ ପହଁଚିବ । ଅନ୍ୟପଟେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଉଛି । ବର୍ତ୍ତମାନ ବାୟୁ ର ଅବସ୍ଥିତି ସର୍ମ୍ପର୍ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏବେ ଏହା ବେରାବଲ ଠାରୁ ୬୫୦ କିମି ଦକ୍ଷିଣ ରେ ଅଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ଗୁଜୁରାଟ ର ପ୍ରଶାସନିକ ଅଧିକାରୀ ମାନେ ଓଡିଶା ସରକାରଙ୍କ ସହ ସର୍ମ୍ପକ ରେ ଅଛନ୍ତି କାରଣ ସ୍ଥାନାନ୍ତରଣ ପକ୍ରିୟା , ଫୋନି, ତିତିଲି କୁ କେମିତି ସମ୍ନା କରାଯାଇଥିଲା ସେ ନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜଗଜିତ ନାରାୟଣ ସିଂ ଓଡିଶା ର ମୁଖ୍ୟ ଶାସନ ସଚିବ ଙ୍କ ସହ କଥା ହୋଇଛନ୍ତି ।


