ଆଜି ମଧ୍ୟ ମୌଳିକ ସୁବିଧା ରୁ ବଞ୍ଚିତ ନିଲ୍ଡିକ୍ଲିଆ ଗ୍ରାମ ବାସୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରେ ସରକାର ଗାଁ ଗାଁ କୁ ବିକାସ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜିଭି ଅନେକ ଗ୍ରାମ କୁ ବିକାଶ ଅପହଞ୍ଚ ହୋଈ ରହିଛି । ଏଭଳି ଏକ ଗ୍ରାମ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ଗ୍ରାମ ପଞ୍ଚାୟତ ର ନିଲ୍ଡିକ୍ଳିଆ ଗ୍ରାମ । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମାଳ ମାଳ ଯୋଜନା ଯାହା ଫଳରେ ଯୋଜନା ଯୋଜନାରେ ହିଁ ରହିଯାଉଛି । ଗ୍ରାମବାସୀ ରାସ୍ତା ,ପାନୀୟ ଜଳ ,ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଲାଗି ରହିଥିବାରୁ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦେଶ ଡିଜିଟାଲ ଇଣ୍ଡିଆ ହୋଇଗଲାଣି କିନ୍ତୁ ଗ୍ରାମ କୁ ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିବା ସ୍ୱପ୍ନ ପାଲଟିଛି ଗ୍ରାମବାସୀ ଙ୍କ ପାଇଁ  ।  ପିଇବାପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରନ୍ତି ଗ୍ରାମବାସୀ ତାହାପୁଣି କାଦୁଅପଙ୍କ ପାଣି, ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି । ସ୍କୁଲ ଯିବା ପାଇଁ ପିଲାଙ୍କୁ  ପାହାଡିଆ ଓ ଜଙ୍ଗଲ ରାସ୍ତା ଦେଇ ପାଖା ପାଖି ୪ ରୁ ୫ କିଲୋମିଟୋର ଚାଲିବାକୁ ପଡେ  । ଅନେକ ଛାତ୍ରଛାତ୍ରୀ  ଏହି ଅସୁବିଧା ଯୋଗୁଁ ପାଠ ପଢା ଅଧାରେ ରଖିଛନ୍ତି  । ପଥୁରିଆ ରାସ୍ତା ଯୋଗୁଁ ବୁଢା ବୁଢୀ ମାନେ ବାର୍ଦ୍ଧକ୍ୟ ଭତା ପାଈଁ ଅନେକ କଷ୍ଟ କରି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। ଆଶ୍ଚର୍ଯ୍ୟ କଥା ହେଲା ଉଜ୍ଵଳା ଯୋଜନା ପାଇବାଦିନଠାରୁ ଆଉ ଦ୍ଵିତୀୟ ଥର ଗ୍ୟାସ ଭରିନାହାନ୍ତି ଗ୍ରାମବାସୀ ।  ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ ୨୦୧୬  ବିଦ୍ୟୁତ ସଂଯୋଗ ନିମନ୍ତେ ଆଦେଶ ଆସିଥିଲା । କିନ୍ତୁ ତାହାବି ଆଜିପର୍ଯ୍ୟନ୍ତ ହୋଇପାରୁନି  । ଅଙ୍ଗନବାଡି ଘର ଲାଗି ଟଙ୍କା ମଧ୍ୟ ଆସିଛି ହେଲେ ରାସ୍ତା ଅଭାବରୁ କୌଣସି ଜିନିଷ ପତ୍ର ଆଣିପାରୁନାହାନ୍ତି ଯାହା ଫଳରେ କାମ ଆରମ୍ଭ ହୋଇପାରୁନି । ପ୍ରଧାନ ମନ୍ତ୍ରୀ ଯୋଜନା ଆବାସ ଘର କରିବାକୁ ଲୋକଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିବାରୁ ସେଟା ବି ଅଧୁରା ରେ ରଖିଛନ୍ତି ଲୋକେ । ଏବେ ସରକାରଙ୍କ ଉପରୁ ଭରୋଷା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ