ଦୁଇ ବିଜେଡ଼ି ନେତାଙ୍କ ଡିକିରୁ ବନ୍ଧୁକ ଜବତ ହୋଇଥିବା ନେଇ ଆଲୋଚନା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଳକ୍ ଅଧୀନସ୍ଥ ଝାଡ଼ବନ୍ଧ ଗ୍ରାମ ନିକଟରେ ସରକାରୀ ଲାଇସେନ୍ସ୍ ପ୍ରାପ୍ତ ଏକ  ଦେଶୀ ମଦ ବିକ୍ରୟ ପଏଣ୍ଟ୍ ରହିଛି I ଏହା ଜାନିବିଲି ମଦ ଭାଟିର ଏକ ବିକ୍ରୟ ପଏଣ୍ଟ୍ ହୋଇଥିବା ବେଳେ ଏଠାରେ ବହୁଦିନ ହେବ ମଦ ବିକ୍ରୟ ହୋଇ ଆସୁଛି I ବ୍ରହ୍ମପୁରର କବି ସାହୁ ନାମକ ଜଣେ ବ୍ୟକ୍ତି ଜାନିବିଲି ମଦ ଭାଟିକୁ ନିଲାମ୍ ରେ ରଖିଛନ୍ତି I ଝାଡ଼ବନ୍ଧ ଗ୍ରାମର ବିଦୁ ବିଷୋୟୀ ନାମକ ଜଣେ ବ୍ୟକ୍ତି ଝାଡ଼ବନ୍ଧ ମଦ ପଏଣ୍ଟ୍ ରେ ମଦ ବେପାର କରି ଆସୁଛନ୍ତି I ସୋମବାର ରାତ୍ର ଏଗାର ଘଣ୍ଟା ସମୟରେ ସ୍ଥାନୀୟ କିଛି ଜନ ପ୍ରତିନିଧି ବିଦୁ ବିଷୋୟୀଙ୍କ ନିକଟକୁ ଯାଇ ପିସ୍ତଲ୍ ଦେଖାଇବା ସହିତ ମଦ ବେପାର ବନ୍ଦ କରିବା ପାଇଁ ଧମକ ଦେଇଥିଲେ I ଏନେଇ ବିଦୁ ଗାଙ୍ଗପୁର ଥାନାରେ ଏତାଲା ଦେଇଥିଲେ I ଏନେଇ ପୋଲିସ୍ ଉଭୟ ପ୍ରତିପକ୍ଷଙ୍କୁ ଡ଼ାକି ଆଲୋଚନା କରିଥିଲା I ପରବର୍ତ୍ତୀ ସମୟରେ ଉଭୟ ଜନ ପ୍ରତିନିଧି ଗାଡି ଡିକିରେ ବନ୍ଧୁକ ରଖିଥିବା ନେଇ ପୋଲିସ୍ କୁ ଖବର ହସ୍ତଗତ ହେବା ପରେ ପୋଲିସ୍ ଗାଡ଼ି ଦୁଇଟିକୁ ଯାଞ୍ଚ୍ କରିଥିବା ଏବଂ ଯାଞ୍ଚ୍ ସମୟରେ ଗୋଟିଏ ଡିକିରୁ ଏକ ଦେଶୀ ପିସ୍ତଲ୍ ଏବଂ ଅନ୍ୟ ଡିକିରୁ ଏକ ମାଉଜର୍ ଜବତ କରିଥିବା ନେଇ ଧରାକୋଟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି I ଏହାକୁ ନେଇ ଆଜି ଦିନ ତମାମ୍ ଗାଙ୍ଗପୁର ଥାନାକୁ ବହୁ ବିଜେଡ଼ି ନେତାଙ୍କ ସୁଅ ଛୁଟିଥିବା ଶୁଣିବାକୁ ମିଳିଛି I ଏନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ପ୍ରକୃତରେ ଘଟଣା କଣ ଏବଂ କେଉଁ ଲୋକ ପ୍ରତିନିଧି ମାଉଜର୍ ଧରି ଆତଙ୍କରାଜ୍ ଚଳାଇବା ସହ ଲୋକଙ୍କୁ ଧମକଚମକ ଦେଉଛନ୍ତି ଏହାର ପର୍ଦ୍ଦାଫାସ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ