ଆଜି ରାତି ସୁଦ୍ଧା ଘରକୁ ଫେରିବେ ୨୦୦ ଉହାନ ଫେରନ୍ତା ଭାରତୀୟ

ଚୀନରେ କୋରୋନା ଭାଈରସ ଆତଙ୍କ । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ବ୍ୟାପୀବାରେ ଲାଗିଛି । ଏଥିଲାଗି ସମସ୍ତ ଦେଶରେ କରୋନା ଭାଇରସ ଆତଙ୍କ ଦେଖାଦେଇଛି । କରୋନା ଭାଇରସ ଚୀନରୁ ସୃଷ୍ଟି ହୋଇଥିବା ବେଳେଏହି ଭାଇରସ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏଥିଲାଗି ଚୀନରୁ ଫେରୁଥିବା ଆବାଳ ବୃଦ୍ଧା ବନିତାଙ୍କର ମେଡିକାଲ ପରୀକ୍ଷା କରାଯାଉଛି । ଚୀନର ଉହାନରୁ ଫେରି ନୂଆଦିଲ୍ଳୀର ଚାୱାଲାରେ ଭାରତ-ତିବ୍ବତ ସୀମା ପୁଲିସ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରହିଥିବା ୪୦୬ଜଣଙ୍କ ଠାରେ କରୋନା ସଂକ୍ରମଣ ନଥିବା ନେଇ ସର୍ବଶେଷ ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ଏହି ସବୁ ଲୋକମାନେ ଚୀନ, ଉହାନରୁ ଫେରିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନୀରିକ୍ଷଣରେ ରଖାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶ ପରେ ସମସ୍ତ ନୀତିନିୟମ ଅନୁଯାୟୀ ଆଇଟିବିପି କେନ୍ଦ୍ରରୁ ସୋମବାର ଏମାନଙ୍କୁ ଛାଡି ଦିଆଯିବ। ସାତଜଣ ମାଲଦ୍ୱୀପ ନାଗରିକଙ୍କ ସମେତ ପ୍ରାୟ ୨୦୦ ଲୋକ ଆଜି ରାତି ସୁଦ୍ଧା ନିଜ ନିଜ ଘରକୁ ଫେରିଯିବେ। ମଙ୍ଗଳବାର ସୁଦ୍ଧା ପ୍ରାୟ ସମସ୍ତେ ଏହି ଶିବିରରୁ ନିଜ ଘରକୁ ଫେରିଯିବେ। ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଅପରାହ୍ନରେ ଆଇଟିବିପି ଶିବିର ପରିଦର୍ଶନ କରି ଚିକିତ୍ସକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଶିବିରରେ ଥିବା ୨୦୪ ଜଣ ପୁରୁଷ ଏବଂ ୧୯୨ ଜଣ ମହିଳାଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ