କୃମି ନାଶକ ଔଷଧ ଖାଇ ୧୭ ଛାତ୍ରଛାତ୍ରୀ ଅସୁସ୍ଥ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ନୋଡାଲ ଉପ୍ରା ବିଦ୍ୟାଳୟରେ କୃମିନାଶକ ଔଷଧ ଖାଇ ୧୭ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାଯାଇଛି । ଗତ ୧୦ତାରିଖ ଦିନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କୁ ଏହି କୃମିନାଶକ ଔଷଧ ଦିଆଯାଇଥିଲା । କିନ୍ତୁ ତା ପରଦିନ ଠାରୁ ଛାତ୍ରଛାତ୍ରୀମାନେ ଅସୁସ୍ଥ ହାଇପଡିଛନ୍ତି । ବୁବୁନୁ ପାତ୍ର, ବର୍ଷାରାଣୀ ଶଙ୍ଖୁଆ, ସୁଶାନ୍ତ ମୁଦୁଲି, ମାମୁନି ମୁଖୀ, ରମାକାନ୍ତ ମହାଳିକ, ଦୁସ୍ମନ୍ତ ସାହୁ, ସୋହେଲ ନାୟକ, ରୁପାଲି ପ୍ରୀୟଦର୍ଶନୀ ସାହୁ, ଶଭଙ୍କର ଜେନା, ବିଜଲକ୍ଷ୍ମୀ ସାହୁ, ପ୍ରଗତୀ ନାୟକ. ଆଦ୍ୟାଶା ପଣ୍ଡା, ରାଜଶ୍ରୀ ପଣ୍ଡାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଫଳରେ ଅନେକ ଛାତ୍ରଙ୍କ ଅଭିଭାବକମାନେ ଆସି ବିଦ୍ୟାଳୟରେ ଝଗଡା କରୁଥିବା ଜଣାଯାଇଛି । ଏପରିକି ଏହାକୁନେଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ଆସିବା ସଂଖ୍ୟା କମିକମି ଯାଇଥିବା ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଜେନା କହିଛନ୍ତି । ଏହି ବିଦ୍ୟାଳୟରେ ୧୭୬ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ପ୍ରାୟତ ୧୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିୟମିତ ଆସିଥାନ୍ତି । କିନ୍ତୁ ଗତ କୃମି ନାଶକ ଖାଇବା ପରଠାରୁ ୯୯ଜଣ, ୮୭ଜଣ, ୮୦ଜଣ ଓ ଆଜି ୬୭ଜଣ ଆସିଥିବା ଜଣାଯାଇଛି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କୃମିନାଶକ ଔଷଧର କୌଣସି ପ୍ରାଶ୍ୱର୍ ପ୍ରତିକ୍ରୀୟା ନାହିଁ ବୋଲି କହିଛନ୍ତି । ଯଦିବା କିଛି ହେବ ତାହା ୨୪ଘଣ୍ଟା ଭିତରେ ସାମାନ୍ୟ କିଛି ହୋଇପାରେ । ଆଜି ହାଟଡିହି ଡାକ୍ତର ଖାନାର ଡାକ୍ତରଙ୍କ ସମେତ କିଛି ସ୍ୱାସ୍ଥ୍ୟକର୍ମୀ ହାଟଡିହି ଗ୍ରାମକୁ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଓ ସମସ୍ତେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ବୋଲି କହିଛନ୍ତି ।


