ଆଞ୍ଚଳିକ ମହାବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି): ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସ୍ୱାବଲମ୍ବୀ ଭାରତ ଅଭିଯାନ ଅବସରରେ ଶୁକ୍ରବାର ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ସ୍ବଦେଶୀ ଜାଗରଣ ମଞ୍ଚ, ଓଡିଶା ପୂର୍ବ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି lସ୍ୱଦେଶୀ ଉତ୍ପାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ ସ୍ୱାବଲମ୍ବୀ ହେବା ପାଇଁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା lକାର୍ଯ୍ୟକ୍ରମରେ ସ୍ୱଦେଶୀ ଆପଣାଇବାର ଗୁରୁତ୍ୱ, ସ୍ଥାନୀୟ ଉଦ୍ୟୋଗକୁ ସମର୍ଥନ ଏବଂ “ସ୍ୱାଭିମାନର ସହିତ ବଞ୍ଚନ୍ତୁ” ର ବାର୍ତ୍ତା ଉପରେ ଆଲୋଚନା ହୋଇଥିଲା ।ଏହି ଅବସରରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ସ୍ୱଦେଶୀ ଆପଣାଇବା ପାଇଁ ସଂକଳ୍ପ ନେଇଥିଲେ । ଏଥିରେ ଅପୂର୍ଵ ରଞ୍ଜନ ଲେଙ୍କା, ଇଂ. ସୁରେଶ ଚନ୍ଦ୍ର ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ,ବାଲେଶ୍ୱର ବିଭାଗ ପୂର୍ଣ୍ଣ କାଳୀନ ଗୌତମ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ l


