ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ସଫଳତା

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l ଗ୍ଲୋବାଲ ଫାଇନାନ୍ସ ଟେକ୍ନୋଲୋଜି ନେଟୱର୍କ ( GFTN ) ଦ୍ୱାରା ପରିଚାଳିତ ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ପାଞ୍ଚ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି l ‘ ଭାରତ ନେତ୍ର ‘ ଯୋଜନା ଅଧୀନରେ ହୋଇଥିବା ଏହି ଚୟନ ପରୀକ୍ଷାରେ ରବି ବିଷୋୟୀ, ହରପ୍ରିୟା ସାସମଲ, ଅରିଜିତ ସାହୁ, ରୁଦ୍ରନାରାୟଣ ପାଣିଗ୍ରାହୀ ଓ ଶ୍ରାବଣୀ ସାହୁ ପ୍ରମୁଖ କୃତକାର୍ଯ୍ୟ ହୋଇ ‘ ସାର୍ଟିଫିକେଟ ଅଫ ଫିନଟେକ ଏବଂ ଇନସିଓରଟେକ ( CFI ) ପାଠ୍ୟକ୍ରମରେ ଯୋଗ ଦେବା ନିମନ୍ତେ ସେମାନେ ଦଶଜଣିଆ କୃତିତ୍ୱ ସମ୍ପନ୍ନ ଦଳରେ ଅନ୍ତର୍ଭୂକ୍ତ ହୋଇ ଜାପାନର ଟୋକିଓ ସହରକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l ଏଥି ନିମନ୍ତେ ଭାରତରୁ ପ୍ରତିନିଧିତ୍ୱ କରିବା ସହିତ ଡିଜିଟାଲ ଫାଇନାନ୍ସ ଟେକ୍ନୋଲୋଜିରେ ଅଧିକ ଜ୍ଞାନ କୌଶଳ ହାସଲ କରିବେ ଓ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାର ଦକ୍ଷତା ଅର୍ଜନ କରିବେ l ଛାତ୍ରଛାତ୍ରୀଙ୍କ ଏହି ସଫଳତା ହେତୁ ବିଶ୍ୱବିଦ୍ୟାଳୟର ତଥା ସମଗ୍ର ଦେଶର ଗୌରବ ବୃଦ୍ଧି ହୋଇଛି l କୁଳପତି ପ୍ରଫେସର ଅସୀମା ସାହୁ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି ସଫଳତା ନିମନ୍ତେ କୃତିତ୍ୱ ହାସଲ କରିଥିବା ପାଞ୍ଚ ଛାତ୍ରଛାତ୍ରୀ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଜି. ଏଫ. ଟି. ଏନ. ର ନୋଡାଲ ଅଫିସର ଡ. ଅନ୍ନପୂର୍ଣ୍ଣା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ