ମହର୍ଷି ଗୁରୁକୁଳରେ ରାକ୍ଷୀ ପୂର୍ଣ୍ଣିମା ଓ ନିଶାନିବାରଣ କାର୍ଯ୍ୟକ୍ରମ

ଗୁଣପୁର (ୱାଇଏନଏସ): ଓଡ଼ିଶାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇରୁ ନିଶାଠାରୁ ଦୂରେଇ ରଖିବା ପାଇଁ ‘ନିଶା ନିବାରଣ’ କିମ୍ବା ‘ନିଶା ନିବାରଣ ବ୍ରତ’ ଏକ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଭାବେ ପାଳନ କରାଯାଉଛି। ଏହି ଦିନ ଭଉଣୀମାନେ ଭାଇକୁ ରାକ୍ଷୀ ବାନ୍ଧିବା ସହିତ ନିଶା ନିବାରଣର ପ୍ରତିଜ୍ଞା କରାଇଥାନ୍ତି।  ଭାଇକୁ ନିଶାମୁକ୍ତ କରି ଏକ ସୁସ୍ଥ ଓ ନିରାପଦ ଜୀବନ ଦେବା।ସମାଜରୁ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବର୍ଜନ କରିବା ପାଇଁ ପ୍ରୋତ୍ସାହିତ କରିବା। ଏହି ବାର୍ତା ଦେବାକୁ ଆଜି ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ ତରଫରୁ ଦୁଇଗୋଟି ଇଶ୍ୱରୀୟ କାର୍ଯ୍ୟକ୍ରମ ଯଥାକ୍ରମେ ନିଶାମୁକ୍ତ ପ୍ରତିଜ୍ଞା ଅଭିଯାନ ଓ ରକ୍ଷାବନ୍ଧନ ଭଳି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମକୁମାରୀ ଜ୍ଞାନରେ ଅନୁପ୍ରାଣିତ ଅବସରପ୍ରାପ୍ତ ଗୁମୁଡ଼ା କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର  କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଯୁବପିଢିଙ୍କ ଆତ୍ମଜ୍ଞାନର ମାର୍ଗ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ । ଗୁଣପୁର ବ୍ରହ୍ମକୁମାରୀ ସେବାକେନ୍ଦ୍ରର ସଂଚାଳିକା ଭଗିନୀ ରୀତା ରକ୍ଷା ବନ୍ଧନରେ ଅଧ୍ୟାତ୍ମିକ ରହସ୍ୟ ପ୍ରକାଶ କରିଥିଲେ । ଏହି ଅଵସରରେ ବ୍ରହ୍ମ କୁମାର ଗୁ୍‌ନ୍ନାୟା ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କୁ ନିଶା ନିବାରଣ ଉପରେ  ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମ କୁମାରୀ ସଂସ୍ଥାର ଜ୍ୟୋତି, ସେବତୀ, ଆରମ୍ଭ,  ଉପେନ୍ଦ୍ର, ପ୍ରୋମଦିନି , ମହର୍ଷି ଗୁରୁକୂଳ ଅନୁଷ୍ଠାନର ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାମକୃଷ୍ଣ ରଥପ୍ରମୁଖ  ଉପସ୍ଥିତ ଥିବା ବେଳେ ଅଧ୍ୟାପକ ସଞ୍ଜୟ ମୁଣ୍ଡିରିଙ୍ଗା ସ୍ବାଗତ ଭାଷଣ ପ୍ରଦାନ କରି ଅତିଥି ପରିଚୟ କରିଥିଲେ। ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ