ଏସିଆ-ପାସିଫିକ୍ ପର୍ଯ୍ୟଟନ ସମୟରେ ଖାଦ୍ୟ ଏବଂ ୱାଇନ୍‌ର ଆନନ୍ଦ ନିଅନ୍ତୁ

ଏସିଆ ପାସିଫିକ୍ ପର୍ଯ୍ୟଟନ ସମୟରେ କେତେକ ପ୍ରାକୃତି ପଣାଳୀରେ ପସ୍ତୁତ ସ୍ଥାନୀୟ ଖାଦ୍ୟ ଏବଂ ୱାଇନ୍‌ର ଆନନ୍ଦ ନେବାକୁ ଭୁଲନ୍ତୁ ନାହିଁ । ଏହା ପର୍ଯ୍ୟଟନକୁ ସ୍ମୃତିବହୁଳ କରିବାକୁ ସକ୍ଷମ ହେବ ।

୧. ହଂଟର ଭ୍ୟାଲି, ନିୟୁ ସାଉଥ୍ ୱେଲସ୍‌, ଅଷ୍ଟ୍ରେଲିଆ
ଏଠାରେ ୱାଇନ୍ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଶୈଳୀରେ ପ୍ରସ୍ତୁତ ହେଉଥିବାବେଳେ ଗୁଣବର୍ତାଯୁକତ ରେଷ୍ଟୁରାଂଟ୍ ଏବଂ ରଙଗବେରଙ୍ଗ ବଜାର ପର୍ଯ୍ୟଯକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏଠାକାର ପରିବେଶ ସଭିଙ୍କୁ ବେଶ୍ ଆକର୍ଷିତ କରିଥାଏ ।
ୱାଇନ୍ ଲଭର ଏଠାରେ ଏରାଉଣ୍ଡ୍ ହରମିଟେଜ୍ ୱାଇନ୍ ଏବଂ ଖାଦ୍ୟର ଆନନ୍ଦ ନେଇ ପାରିବେ । ଏଠାକାର ଓଲିଭିଜ୍‌, ଚିଜ୍ ଏବଂ ପନିପରିବା ଦ୍ୱାରା ପ୍ରସ୍ତୁତ ଉତ୍ପାଦ ବେଶ୍ ସ୍ୱାଦିଷ୍ଟ ।

୨. ୟାମାନାଶି ପରଫେକଚର୍‌, ଜାପାନ
ଦକ୍ଷିଣ-ପଶ୍ଚିମ ଟୋକିଓରେ ଫୁଜି ପାହାଡ଼ର ପାଦ ଦେଶରେ ଥିବା ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ । ଏଠାରେ ଓରଚାଡ୍ ଫ୍ରୁଟ୍ ଚାଷ କରାଯିବା ସହିତ ଜାପାନର ଏକ ପ୍ରମୁଖ ୱାଇନ୍ ପ୍ରସ୍ତୁତ ସ୍ଥଳୀ । ଏଠାରେ ୮୦ ପ୍ରତିଶତ ୱାଇନ୍ ପ୍ରସ୍ତୁତକାରୀ ଅଛନ୍ତି । ଏଠାରେ ପ୍ରସ୍ତୁତ ଧଳା ରଙ୍ଗର କୋଶୁ ଏବଂ ଲାଲ୍ ରଙ୍ଗ ମ୍ୟୁସକାଟ୍ ବାର୍ଲି ବେଶ୍ ଲୋକପ୍ରିୟ ।

୩. ଅୟାଥୟା ଭିନେୟାର୍ଡ, ମ୍ୟାନ୍‌ମାର୍‌
ଆୟାଥୟା ମ୍ୟାନ୍‌ମାର୍‌ର ପ୍ରଥମ ଭିନେୟାର୍ଡ ।ଏହା ଶାନ୍ ରାଜ୍ୟର ରାଜଧାନୀ ତୁଙ୍ଗାୟିଠାରେ ରହିଛି । ଏହା ୧୯୯୯ରେ ସ୍ଥାପିତ ହୋଇଥିଲା । ଏଠାରେ ୱାଇନ୍ ଟେଷ୍ଟିଂ, ୱାଇନ୍ ଟୁର୍ ଏବଂ ଘରୋଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଠାକାର ସିଗ୍ନେଚର ୱାଇନ୍ ମଧ୍ୟରେ ୍ରଆୟଥୟା ରେଡ୍ ଅନ୍ତର୍ଗତ ଶିରାଜ୍‌, ଡୋର୍ନଫେଲଡେର୍ ଏବଂ ଟେମ୍ପ୍ରୋନିଲୋ ବ୍ଲେଣ୍ଡ୍ ଆଦି ରହିଛି । ସେହିପରି ଆୟଥୟା ହ୍ୱାଇଟ୍ ଅର୍ନ୍ତଗତ ସୌଭିଗ୍ନୋନ୍ ବ୍ଲାଙ୍କ୍‌,ଡୋମିନାଂଟ୍ ହ୍ୱାଇଯ୍ ବ୍ଲେଣ୍ଡ୍ ତଥା ଆୟଥୟା ରୋଜ୍ ୱାଇନ୍ ରହିଛି ।
୪. ସୁଲା ଭିନେୟାର୍ଡ, ନାସିକ୍‌, ଭାରତ
ଏହା ଏସିଆର ଶ୍ରେଷ୍ଠ ୱାଇନାରୀ । ଏହା ଭାରତର ନାସିକ୍‌ର ନେପା ଉପତ୍ୟକାରେ ରହିଛି । ଏଠାରେ ପର୍ଯ୍ୟଟନ ସୁବିଧା ରହିଛି । ପର୍ଯ୍ୟଟନରେ ୱାଇନ୍ ପ୍ରସ୍ତୁତ, ୱାଇନ୍ ଟେଷ୍ଟିଂ ଏବଂ ଖାଦ୍ୟ ଯୋଗାଇ ଦିଆଯାଇଥାଏ । ପ୍ରତିବର୍ଷ ଏଠାରେ ୱାଇନ୍ ଫେଷ୍ଟିଭାଲ୍ ସୁଲାଫେଷ୍ଟ ଅନୁଷ୍ଠିତ ହୋଇଥାଏ ।

୫. ଗ୍ରାନ୍ ମୋଂଟେ, ଥାଇଲାଣ୍ଡ୍‌
ଥାଇଲାଣ୍ଡର ନେପା ଉପତ୍ୟକାରେ ଗ୍ରାନ୍ ମୋଂଟେ ଅବସ୍ଥିତ । ଏହା ଖୋହ ୟାଇ ଜାତୀୟ ପାର୍କର୍ ବାହାରେ ରହିଛି । ଏଠାରେ ଫ୍ୟାମିଲି ରନ୍ ୱାଇନରୀ ଉତ୍ପାଦ ମଧ୍ୟରେ ସାୟରହ, କେବରନେଟ୍ ସୋଭିଗ୍ନାନ୍‌, ଚେନିନ୍ ବ୍ଳାଙ୍କ୍‌, ଭିଓଗ୍ ନିଅର, ଡୁରିଫ୍ ଏବଂ ଗ୍ରୀନାଚ୍ ଆଦି ରହିଛି । ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରେଷ୍ଟୁରାଂଟ୍‌, ଗେଷ୍ଟ ହାଉସ୍ ରହିଛି । ଏଠାରେ ସ୍ୱାଦିଷ୍ଟ ଥାଇ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ