ଆଡିବନ୍ଧ ନିର୍ମାଣ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ଜଲସେଚନ ବିଭାଜନ ଅନ୍ତର୍ଗତ ଋଷିକୂଲ୍ୟା ନଦୀକୂଳରେ ଥିବା ଗ୍ରାମ ଗୁଡିକ ଯଥା – ଛତ୍ରପୁର ନିର୍ବାଚନ ମଣ୍ଡଳୀର ବଡମାଧପୁର , ମୁନିସିପେଣ୍ଠ,ପୋଟଲାମପୁର , କାଇଁଚପୁର, କଲ୍ୟାଣପୁର ଓ ଦାମୋଦରପୁର କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ବର୍ତ୍ତମାନ ପୋଟଲାମପୁର ଠାରେ ବନ୍ଧର ସୁଦୃଢୀକରଣ ପାଇଁ ଏକ କାର୍ଯ୍ୟର ଟେଣ୍ଡର ଆହ୍ୱାନ କରାଯାଇଛି । ଏତବ୍ୟବତିତ ୩ଗୋଟି କାର୍ଯ୍ୟର ଟିଏସି ଅନୁମୋଦନ କରାଯାଇଛି । ଆର୍ଥିକ ସମ୍ବଳର ଉପଲବ୍ଧତାକୁ ଦୃଷ୍ଟିରେ ବିହିତ ପଦକ୍ଷେପ ନିଆଯିବ ବୋଲି ଚଳିତ ବିଧାନ ସଭା ଅଧିବେଶନରେ ଜଳସମ୍ପଦ ମନ୍ତ୍ରୀ ରଘୁନନନ୍ଦନ ଦାସ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଏହା କହିଥିଲେ ମନ୍ତ୍ରୀ ଶ୍ରୀ ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ