ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ମିଜୋରାମରେ ଭୂମିକମ୍ପ
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ଓ ମଣିପୁରର ଉକ୍ରୁଲ ନିକଟରେ ଭୂମିକମ୍ପ ଅନୁଭୂତ ହୋଇଛି | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ସକାଳ ୮ଟା ୫୬ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା | ସେହିଭଳି ଭାବରେ ମଣିପୁରର ଉକ୍ରୁଲ ନିକଟରେ ସକାଳ ୧୧ଟା ୨୪ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରହିଥିଲା। ସମ୍ପ୍ରତି କିଛି ଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହେଉଥିବା ଦେଖାଯାଇଛି। ଶୁକ୍ରବାର ଅପରାହ୍ନରେ ରୋହତକ ଏବଂ ହରିୟାଣାର ସଂଲଗ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ବିଳମ୍ବିତ ରାତିରେ ଲଦାଖରେ ୪.୫ ତୀବ୍ରତାର କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। ଶୁକ୍ରବାର ରାତି ୮ଟା ୧୫ମିନିଟିରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖ ହୋଇଥିବା ବେଳେ ୨୫କିଲୋମିଟର ଗଭୀରରୁ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଲଦାଖରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୫ ରହିଥିଲା।


