ଆଦିବାସୀ ଯୁବତୀଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ଆଦିବାସୀ ଅଧ୍ୟୁଷିତ ରାଜ୍ୟର ଆଦିବାସୀ ଯୁବତୀମାନଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓ ଫେସବୁକ୍ ଦ୍ୱାରା ଦେଶର ୫ ହଜାର ଆଦିବାସୀ ଯୁବତୀଙ୍କୁ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସୂଚନା ଓ ପ୍ରଯ୍ୟୁକ୍ତିର ଉପଯୋଗ ଦ୍ୱାରା ଆଦିବାସୀ ଯୁବତୀମାନଙ୍କୁ ସଶକ୍ତ କରାଯିବା ସହିତ ଡିଜିଟାଲ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ଦ୍ୱାରା ପ୍ରୟାସ କରାଯିବ । ଆଦିବାସୀ ଯୁବତୀ ମାନଙ୍କୁ ଡିଜିଟାଲ ଶିକ୍ଷା, ଉଦ୍ୟାଗୀ ତଥା ଅନଲାଇନ୍ ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷିତ କରାଯିବ । ଯାହାଦ୍ୱାରା ପ୍ରଶିକ୍ଷିତ ଯୁବତୀ ମାନଙ୍କୁ ସେମାନଙ୍କର ଗାଁ ଓ ସମ୍ପ୍ରଦାୟରେ ଡିଜିଟାଲ ଲିଡର ହାଇପାରିବେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଜିଲ୍ଲା ପ୍ରଶାସନ ସହ ଯୋଗାଯାଗ କରି ପ୍ରଶିକ୍ଷିତ ହୋଇଥିବା ଆଦିବାସୀ ଯୁବତୀମାନଙ୍କୁ ଫେଲାସିପ୍ ପ୍ରଦାନ କରିବା ପାଇଁ ମଧ୍ୟ ସୁପାରିଶ କରାଯିବ, ଯାହାଦ୍ୱାରା ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣର ଅନୁଭବକୁ ସେମାନେ ଉପଯୋଗ କରିପାରିବେ । ଡିଜିଟାଲ ଦକ୍ଷତା ଦ୍ୱାରା ବ୍ୟବସାୟ ଫେସନ ଓ କଳାରେ ମଧ୍ୟ ଆଦିବାସୀ ଯୁବତୀମାନେ ପାଦ ରଖିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ