ଆନ୍ଧ୍ରରେ ଚାକିରୀ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଠକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ରର ବିଶାଖାପାଟଣାରେ ଚାକିରୀ କରାଇଦେବା ନାମରେ ଜଣେ ବ୍ୟକ୍ତି ଗ୍ରାମାଞ୍ଚଳର କେତେକଙ୍କୁ ଠକି ଥିବା ଅଭିଯୋଗ ହୋଇଛି । ଏହି ଠକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର, ଲାଇଲାଇ, ଗଣ୍ଡାହାତୀ ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା ଲାଇଲାଇ, ମର୍କଡା, ଝାଲିଆ ସାହି, ରେଗମ, ବଡ ତରୁଙ୍କ, ସାନ ତପଙ୍ଗ ଅଞ୍ଚଳରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଭୁଷୁକୁଡି ଗ୍ରାମର ଗଣପତି ରାଓ ନାମକ ଜଣେ ବ୍ୟକ୍ତି ଉପରୋକ୍ତ ଗ୍ରାମାଞ୍ଚଳକୁ ଯାଇ କାମ ଯୋଗାଇ ଦେବି ବୋଲି କହି କେତେକଙ୍କୁ ଠକିଥିବାର ଅଭିଯୋଗ ହୋଇଛି । ଏନେଇ ଉପରୋକ୍ତ ଗ୍ରାମାଞ୍ଚଳର ଲୋକେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ସେମାନେ ଜଣାଇଛନ୍ତି ଯେ ଗଣପତି ରାଓ ଏହି ସବୁ ଗ୍ରାମାଞ୍ଚଳକୁ ଯାଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ କାମ ଯୋଗାଇଦେବି ବୋଲି କହିଥିଲେ । ଏ ସବୁ ଅଞ୍ଚଳରେ କାମଧନ୍ଦା ନଥିବାରୁ ସେମାନେ ଗଣପତିର କଥାରେ ପଡି କାମ ତଥା ରୋଜଗାର ଅନ୍ୱେଷନରେ ବାହାରିଥିଲେ ମଧ୍ୟ ସେମାନଙ୍କୁ ବିଶାଖାପାଟଣା ବଦଳରେ ବିଜୟୱାଡା ଓ ଶେଷରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ସେମାନେ ୩୨ ଦିନ କାମ କରିଥିଲେ ମଧ୍ୟ କୌଣସି ମଜୁରୀ ପ୍ରଦାନ କରାଯାଇ ନଥିବାର ପ୍ରକାଶ କରିଛନ୍ତି । ଦୈନିକ ହେଲପରଙ୍କୁ ୪୫୦ ଟଙ୍କା, ମଧ୍ୟମ ଧରଣ ଖଟୁଥିବା ଶ୍ରମିକଙ୍କୁ ୬୫୦ଟଙ୍କା ଏବଂ ସମସ୍ତ କାମ କରିପାରୁଥିବା ଶ୍ରମିକଙ୍କୁ ଦୈନିକ ୭୦୦ଟଙ୍କା ଲେଖାଁଏ ଦେବାପାଇଁ କଥା ହୋଇଥିଲେ ମଧ୍ୟ ଗୋଟିଏ ଟଙ୍କା ବି ଦେଇନଥିବାର ଦର୍ଶାଇଛନ୍ତି । ଏନେଇ ଗଣପତିଙ୍କୁ ଫୋନ କରିଲେ କି ଯୋଗାଯୋଗ କରିଲେ ତାହା ସମ୍ଭବ ହେଉନାହିଁ ବୋଲି କହିଛନ୍ତି । ତେଣୁ ଜିଲ୍ଲାପାଳଙ୍କୁ ସେମାନେ ଅନୁରୋଧ କରିଛନ୍ତି ଯେ ଉକ୍ତ ସମସ୍ୟାର ସମାଧାନ କରିବା ସହ ଗଣପତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଉପକୃତ ହେବୁ ବୋଲି ଇରାଣ ଶବର, ଡି.କାର୍ଯୀ, ସନ୍ତୋଷ କୁମାର ଭୂୟାଁ, ଦାମୋଦର ଭୂୟାଁ, କାଙ୍ଗୁ ଶବର ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ