କେନ୍ଦ୍ରର ଆବାସ ଯୋଜନାକୁ ବେଖାତିର : ଷ୍ଟିକର ମରାକୁ ନେଇ ଅସନ୍ତୋଷ ବୃଦ୍ଧି : ଆନ୍ଦୋଳନ ପାଇଁ ବିଜେପିର ଚେତାବନୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କ ଘର ନିର୍ମାଣ ହେଲା। ଘର ନିର୍ମାଣ ଶେଷ ପରେ ସରକାରୀ କର୍ମଚାରୀ ଏବେ କାନ୍ଥରେ ବିଜୁ ପକ୍କା ଘର ଯୋଜନା ଲେଖା ଥିବା ଷ୍ଟିକର ମାରୁଛନ୍ତି। ଯାହାକୁ ବିରୋଧ କରି ବିଜେପି। ସବୁ ବ୍ଳକରେ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି। କନ୍ଧମାଳ ଜିଲ୍ଲାରେ ଗରୀବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ଏଥି ସହ ଇନ୍ଦିରା ଆବାସ ଘର ବି ଯୋଗାଇ ଦିଆଯାଇଛି। ଘର ନିର୍ମାଣ ପରେ ହିତାଧିକାରୀମାନେ ପରିବାର ସହ ରହୁଛନ୍ତି। କାହା ଘର ୩-୪ ବର୍ଷ ହେଲା ଶେଷ ହୋଲାଣି ତ ଆଉ କାହାର ନିକଟରେ ଶେଷ ହୋଇଛି। ସଂପ୍ରତି କଣ ହେଲା କେଜାଣି ବିଡିଓଙ୍କ ନିର୍ଦ୍ଦେଶମତେ ପ୍ରତି ହିତାଧିକାରୀଙ୍କ କାନ୍ଥରେ ସରକାରୀ କର୍ମଚାରୀମାନେ ବୁଲିବୁଲି ବିଜୁ ପକା ଘର ଯୋଜନା ଲେଖା ଥିବା ଷ୍ଟିକର ମାରିବା ଆରମ୍ଭ କରିଛନ୍ତି। ଏ ନେଇ ପଚାରିଲେ ସରକାର କହିଛନ୍ତି ମାରିବା ପାଇଁ ବୋଲି ସେମାନେ ଉତ୍ତର ଦେଉଛନ୍ତି। ଜିଲ୍ଲାର ଫିରିଙ୍ଗିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ସମେତ ଅନ୍ୟ ବ୍ଲକରେ ଏବେ କର୍ମଚାରୀମାନେ ଆବାସ ଗୃହ କାନ୍ଥରେ ବିଜୁ ପକା ଘର ଯୋଜନା ଷ୍ଟିକର ମାରି ଚାଲିଛନ୍ତି। ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଆଉ ବିରୋଧୀ ବିଜେପି ଏହାକୁ ନେଇ ପ୍ରତିବାଦ କରିଛି। ଆବାସ ଘର କାନ୍ଥରେ ଏଭଳି ଷ୍ଟିକର ମରା ବନ୍ଦ କରାଯାଉ। ନ ହେଲେ ସବୁ ବ୍ଲକରେ ଆନ୍ଦୋଳନ ହେବ ବୋଲି ଦଳର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ବରିଷ୍ଠ ନେତା ଭଗବାନ ମହାନ୍ତି,ଲିଙ୍ଗରାଜ ଦଳବେହେରା ପ୍ରମୁଖ କହିଛନ୍ତି। କର୍ମଚାରୀମାନେ ଆବାସ ଘର କାନ୍ଥରେ ଷ୍ଟିକର ମାରୁଛନ୍ତି। ଆଉ ବିଜେପି କର୍ମୀ ଷ୍ଟିକର ଚିରିବା ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ଭବିଷ୍ୟତରେ ଅପ୍ରୀତିକର ଘଟଣା ଘଟିବା ଆଶଙ୍କା ଦେଖା ଦେଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ