ଆପଣଙ୍କ ମୃତ୍ୟୁର ଦିନ ଓ ତାରିଖ କହିଦେବ ମେସିନ୍
ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏକ ଏଭଳି ଆପି୍ଲକେସନ ତିଆରି ହୋଇ, ଯାହା ମଣିଷ କେବେ ମୃତ୍ୟୁବରଣ କରିବ ତାହା ଜଣାଇଦେବ । ଏହି ଆପ୍ଲିକେସନ ତାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆଧୁନିକ ଉପକରଣର ସହାୟତାରେ ବହୁତ ଭଲଭାବେ ଡାଟା ଆନାଲିସିସ୍ କରିବା ପରେ ଭବିଷ୍ୟବାଣୀ କରିଥାଏ । ଏହାର ନାମ ମେସିନ କର୍ଣ୍ଣିଂ ରଖାଯାଇଛି । ରିସର୍ଚ୍ଚ କରୁଥିବା ସଂସ୍ଥାର ଦୃଢୋକ୍ତି ଯେ, ମେସିନ୍ ଦ୍ୱାରା କୁହାଯାଉଥିବା ସମୟରେ ପାଖାପାଖି ୯୦ ପ୍ରତିଶତ ସତ୍ୟତା ରହିଛି । ବୁଝିବାକୁ ଗଲେ ମେସିନ ଯଦି ଜଣଙ୍କର ମୃତ୍ୟୁ ତାରିଖ ୧୫ ତାରିଖ କହିଛି, ତେବେ ସେ ଲୋକର ମୃତ୍ୟୁ ୧୪ ତାରିଖ କିମ୍ବା ୧୬ ତାରିଖରେ ହୋଇପାରେ । ମେସିନ୍ ଲର୍ଣ୍ଣିଂ ଉପରେ କରାଯାଇଥିବା ଅଧ୍ୟୟନକୁ ଦ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍ ନ୍ୟୁକ୍ଲିୟାର କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସିଟି ୨୦୧୯ରେ ପ୍ରସ୍ତୁତ କରାଯାଇଛି । ଏହି ମେସିନ୍ର ସ୍ୱତନ୍ତ୍ରତା ହେଉଛି ଯେ, ଏହି ମେସିନ ମୃତ୍ୟୁ ଉପରେ ଭବିଷ୍ୟବାଣୀ କରିବା ସହିତ ଆପଣଙ୍କୁ କେବେ ହାର୍ଟଆଟାକ୍ ହେବ, ସେ ବିଷୟରେ ମଧ୍ୟ କହିବ । ନିକଟରେ ୯୫୦ ରୋଗୀଙ୍କ ଉପରେ ସେମାନଙ୍କର ଜୀବନ ସହିତ ଜଡ଼ିତ ୮୫ ଜିନିଷ ଉପରେ ରିସର୍ଚ କରାଯାଇଥିଲା । ସେମାନଙ୍କ ସହିତ ୬ ମାସ ପର୍ଯ୍ୟନ୍ତ କାମ କରିବା ପରେ ଏକ ଗାଣିତିକ ପଦ୍ଧତି ପ୍ରସ୍ତୁତ କରାଯାଇଥିଲା । ଏହି ଗାଣିତିକ ପଦ୍ଧତିରେ ଗୋଟିଏ ଖାସ୍ କଥା ସାମ୍ନାକୁ ଆସିଛି । ଏହି ରୋଗୀମାନଙ୍କ ମଧ୍ୟରେ ଅନେକ ଏଭଳି କଥା ଥିଲା ଯାହା ବିଷୟରେ ପୂର୍ବରୁ କୁହାଯାଇପାରିଥାନ୍ତା । ଏଥିରେ ସବୁଠାରୁ ଖାସ୍ କଥାଟି ଥିଲା ସେମାନଙ୍କର ମୃତ୍ୟୁ ଓ ସେମାନଙ୍କର ହେବାକୁ ଥିବା ହାର୍ଟଆଟାକ୍ ଡାଟା ।


