ଆମ ଓଡିଶା ପ୍ରତିଯୋଗୀତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୁତପୁର୍ବ ଉତ୍ସାହ
ହାଟଡ଼ିହି, (ବିକାଶ ବିଶ୍ୱାଳ): ପ୍ରତିଯୋଗୀତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୁତପୁର୍ବ ଉତ୍ସାହ ଦେଖିବାକୁ ମିଳିଛି । ଆଜି ପ୍ରତିକୁଳ ପାଗସତ୍ତ୍ୱେ ଶହଶହ ପ୍ରତିଯୋଗୀ ଭଗନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଗତକାଲି ରାତିରୁ ଅନବରତ ବର୍ଷା ଲାଗି ରହିବା ସହ ଆଜି ସକାଳୁ ଏହାର ପ୍ରକୋପ ବୃଦ୍ଧି ପାଇଥିଲା । ଏପରିକି ତୁହାକୁ କୁହା ବର୍ଷା ଓ ହେବାରୁ ଅଧିକାଶଂ ପ୍ରତିଯୋଗୀ ଆଜିର ପ୍ରତିଯୋଗୀତା ହେଉଛି ନା ବାତିଲ ହେଲା ଏନେଇ ଟେଲିଫୋନ ମାଧ୍ୟମରେ ବୁଝୁଥିଲେ । କିନ୍ତୁ ପରୀକ୍ଷା ଆରମ୍ଭ ବେଳକୁ ଶହଶହ ଛାତ୍ରଛାତ୍ରୀ କିଏ ରେନକୋର୍ଟ ପିନ୍ଧି, ତ କିଏ ମୁଣ୍ଡରେ ଜରିପାଲ ଢ଼ାଙ୍କି ୨୦/୩୦ କିଲୋମିଟର ଦୁରରୁ ପରୀକ୍ଷା ଦେବାକୁ ଆସୁଥିବା ଦେଖିବାକୁ ମିଳିଥିଲା । ଏପରିକି କିଛି ଛାତ୍ରଛାତ୍ରୀ ବୋଲେରୋ, ଅଟୋ ଭଡାକରି ଦୁରଦୁରାନ୍ତରୁ ଆସିଥିଲେ । ଆଜି ଚିତ୍ରାଙ୍କନ ପ୍ରତିଯୋଗୀତାରେ ୧୧୭ଜଣ, ସୁନ୍ଦର ହସ୍ତାକ୍ଷରରେ ୧୭୨ଜଣ ଭାଷାଜ୍ଞାନରେ ୨୮୨ଜଣ ଓ ପ୍ରବନ୍ଧରେ ୨୭୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନରେ କାଠିଆସରା ର ଛାତ୍ରୀ ଦିପ୍ତୀରେଖା ସାମଲ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଛେନାପଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଖୁସି ନାୟକ ଦ୍ୱିତୀୟ ଓ ମୁଗୁପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚୁମୁକି ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗର ଛାତ୍ର ଶୁଭମ ବେହେରା, ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଛାତ୍ରୀ ସୁଶ୍ରୀ ସଂଗୀତା ଜେନା ଦ୍ୱିତୀୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶାସଙ୍ଗର ଛାତ୍ର ସତ୍ୟ ପ୍ରକାଶ ବିଶ୍ୱାଳ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରର ଛାତ୍ର ମାଧବାନନ୍ଦ ନାୟକ ପ୍ରଥମ, ପଞ୍ଚାୟତ ହାଇସ୍କୁଲ ଶାସଙ୍ଗର ଛାତ୍ରୀ ସାଇ ସ୍ମୃତି ସାହୁ ଦ୍ୱିତୀୟ, ମରୈଗାଁ ହାଇସ୍କୁଲର ଛାତ୍ର ଦେବାଶିଷ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସ୍ୱାଧିନତାର ୭୫ବର୍ଷ ଅବସରରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗୀତାର ଓଡିଆ ବିଭାଗରେ ପଞ୍ଚାୟତ ହାଇସ୍କୁଲର ଶାସଙ୍ଗର ଛାତ୍ର ଆଶୁତୋଷ ଚକ୍ର ୧ମ, ବରାହୀ ହାଇସ୍କୁଲ ବଞ୍ଚୋର ଛାତ୍ରୀ ରୁପଶ୍ରୀ ରଣା ୨ୟ, ଟିଏମ ଏକାଡେମୀ ଡଅଁରର ଇତିଶ୍ରୀ ଜେନା ୩ୟ, ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରର ଛାତ୍ରୀ ସଂସ୍କୃତି ରାଉତ ୪ର୍ଥ, ବାଲିବରେଇ ହାଇସ୍କୁଲର ଛାତ୍ରୀ ଶୁଭସ୍ମୀତା ରାଉତ ୫ମସ୍ଥାନ ହାସଲ କରିଛନ୍ତି । ସେହିପରି ଇଂରାଜି ବିଭାଗରେ ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡି ବିରଞ୍ଚିପୁର ର ଛାତ୍ରୀ ପ୍ରୟାସୀ ପଟ୍ଟନାୟକ ୧ମ, ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଛାତ ପ୍ରିତୀରଞ୍ଜନ ପାଢ଼ୀ୨ୟ, ସେଣ୍ଟଜାଭିୟର ଚଣ୍ଡୀବିରଞ୍ଚିପୁରର ଦେବୀ ପ୍ରସନ୍ନ ପଟ୍ଟନାୟକ ୩ୟ, ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଛାତ୍ର ପ୍ରୀୟଙ୍କା ପ୍ରୀୟଦର୍ଶନୀ ପଣ୍ଡା ୪ର୍ଥ ଓ ଡଅଁର ଟିଏମ ଏକାଡେମୀର ଛାତ୍ର ନାରାୟଣ ଯେନା ୫ମ ସ୍ଥାନ ହାସଲ କରିଥିଲେ । ହାଟଡିହି ବ୍ଲକର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଶାସଙ୍ଗ ହାଇସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ ପରିଚାଳନା କରିଥିବାବେଳେ ପୁର୍ବତନ ଅଧ୍ୟାପକ ରବିନ୍ଦ୍ର ନାଥ ଜେନା, ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ମୃତୁ୍ୟଞ୍ଜୟ ପଲେଇ, ମୋହନ କୁମାର ମହାନ୍ତି, ଅନ୍ତର୍ଯ୍ୟାମୀ ରାଉତ, ପୁରୁଷୋତ୍ତମ ସାହୁ, ବିଜୟ କୁମାର ଷେଣ୍ଢ, ହଳଧର ପଣ୍ଡା, ଶତୃଘ୍ନ ସାହୁ, ସତ୍ୟ ସୁନ୍ଦର ପରିଡା, ଅନନ୍ତ ଚରଣ ମୁଦୁଲି, ଶ୍ରୀକାନ୍ତ ପଟ୍ଟନାୟକ, ଶତୃଘ୍ନ ପୃଷ୍ଟି, ଅଶୋକ କୁମାର ଜେନା, ଶରତ କୁମାର ଶାସିନି, ବିଦ୍ୟାଧର ତରେଇ, ପ୍ରଫୁଲ କୁମାର ସାହୁ, ସୁକାନ୍ତ କୁମାର ରାଉତ, ନଟବର ସାହୁ, ରବିନ୍ଦ୍ର କୁମାର ସାହୁ, ଘନଶ୍ୟାମ ଓଝା, ଅକ୍ଷୟ କୁମାର ଖଟୁଆ, ପ୍ରଶାନ୍ତ କୁମାର ବେହେରା, ବିଷ୍ଣୁ ଚରଣ ରାଉତ, ପ୍ରଶାନ୍ତ କୁମାର ବେହେରା, ପରେଶ ପରିଡା, ପ୍ରସନ୍ନ କୁମାର ବେହେରା, ସୁଶାନ୍ତ ସାମଲ, ପ୍ରଭାକର ବେହେରା, ପ୍ରଶାନ୍ତ କୁମାର ବେହେରା, ସତ୍ୟନାରାୟଣ ଗିରି, ହରେକୃଷ୍ଣ ଭୂୟାଁ, ଆର୍ତ୍ତବନ୍ଧୁ ଜେନା, ସୁଧାଶୁଂ ଶେଖର ବେହେରା, ନବଘନ ନାୟକ, ଗଦାଧର ନାୟକ, ଲଳିତ କୁମାର ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ରାଜୀବ ଲୋଚନ ସାହୁ, ସତ୍ୟବ୍ରତ ସାମଲ, ମାନସ କୁମାର ନାୟକ, ବିଦୁ୍ୟତପ୍ରଭା ଦେଓ, ସୁଦିପ୍ତ କୁମାର ଦାଶ, ହିମାଶୁଂ ଶେଖର ବାରିକ, ତପନ କୁମାର ନାୟକ, ଜଗତ ଜୀବନ ପଣ୍ଡା, ମୀତାରାଣୀ ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପ୍ରମୁଖ ପରୀକ୍ଷା ପରିଚାଳନା ସହିତ ମୁଲ୍ୟାୟନ କରିଥିଲେ । ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ, ରମେଶ ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


