ଆମ ପୋଲିସ ତରଫରୁ କୋରନା ଯୋଦ୍ଧାଙ୍କୁ ସମ୍ମାନ
ଶେରଗଡ, (ଦେବୀ ପ୍ରସାଦ ଦାଶ):ଶେରଗଡ ଚାରିଛକ ଠାରେ ଆମ ପୋଲିସ ତରଫରୁ କୋରନା ଯୋଦ୍ଧାଙ୍କୁ ସମ୍ମାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧ୍ୟା ୫.୩୦ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏଥିରେ ଶେରଗଡ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ସାର,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବିଜେଡି ନେତା ହୃଷୀକେଶ ପାଢ଼ୀ, ଗୌରହରି ବିଷୋୟୀ, ପ୍ରମୁଖ କୋରନା ସଚେତନ କରାଇବା ସଙ୍ଗେସଙ୍ଗେ କୋରନା ଯୋଦ୍ଧାଙ୍କୁ ସମ୍ମାନ ଦେବା ନିମନ୍ତେ ନିବେଦନ କରିଥିଲେ ଏବଂ ସ୍ବେଚ୍ଛାସେବୀ ନିରାକାର ବିଷୋୟୀ ରାଧାକୃଷ୍ଣ ଡାକୁଆ ସରୋଜ କୁମାର ପ୍ରଧାନ ପୋଲିସ ଏସଆଇ ବିଷ୍ଣୁ ପ୍ରସାଦ ଦାଶ ଓ ବହୁମାତ୍ରାରେ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ


