ଶେରଗଡ ବ୍ଳକ କାର୍ଯ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି
ଶେରଗଡ, (ଦେବୀ ପ୍ରସାଦ ଦାଶ):କୋରାନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶେରଗଡ ବ୍ଳକ କାର୍ଯ୍ୟାଳୟରେ ବ୍ଳକ୍ ପ୍ରଶାସନ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି ।କରୋନା ଭଳି ମହାମାରୀ ସମୟରେ ଏହାକୁ କିପରି ପ୍ରତିହତ କରିବା ପାଇଁ ଡାକ୍ତର, ପୋଲିସ,ତହସିଲ,ବ୍ଳକ, ନର୍ସ,ସଫେଇ କର୍ମଚାରୀ ମାନେ ନିଜର ନିରନ୍ତର ସେବା ଯୋଗାଇ ଆସିଛନ୍ତି ତେଣୁ ସେମାନଙ୍କୁ ସମ୍ମାନ ଜଣାଇବା ସହିତ ତାଙ୍କର ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତେ ୫.୩୦ ମିନଟ ସମୟରେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ,ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ବ୍ଳକ୍ ଶିକ୍ଷାଅଧିକାରୀ ଭାସ୍କର ଲେଙ୍କା, ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ହୀନ ବେହେରା, ଶିକ୍ଷକ, ଶିକ୍ଷୟିତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ,ସାମ୍ବାଦିକ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର ସଦସ୍ୟ ସହିତ ବିଭିନ୍ନ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ


