ଆମ ହସ୍ପିଟାଲ ଭିଡିଓକନ୍ଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡଚିକିତ୍ସାଳୟ ଲୋକାର୍ପଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନାଦାସ ବିଧାୟକ ଚକ୍ରମଣି କହଁର,ଜିଲ୍ଲାପରିଷଦଅଧକ୍ଷା ନନ୍ଦିନୀ ମଳିକ, ,ଉପଜିଲ୍ଲାପାଳ ଡ ରୀନା ପ୍ରଧାନ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା,ପୁର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର,ବିଡିଓ ଅଚ୍ୟୁତାନନ୍ଦ ଜାନି,ତହସିଲଦାର ବିଜୟ କୁମାର ସେଠୀ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଚିକିତ୍ସାଳୟ ପରିସରରେ ଡାଏଲସିସ କେନ୍ଦ୍ର,ମିଶନଶକ୍ତି କାଫେ,ଔଷଧ ବିତରଣ କେନ୍ଦ୍ର,ପ୍ରତିକ୍ଷା କକ୍ଷ ସମେତ ଅନ୍ୟଭିତିଭୁମିକୁ ଉଦଘାଟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡଚକିତ୍ସାଳୟ ଅଧିକାରୀ ଶବଚ୍ଚ କୁମାର ସାହୁକାର ପରିଚାଳନା କରିଛନ୍ତି । ମିଶନ ଶକ୍ତିର ମହିଳା ,ଅଙ୍ଗନବାଡିକର୍ମି,ଆସାକର୍ମି ସମେତ ଅନେକ ମହିଳା ଉପସ୍ଥିତ ଥିଲେ ।


