ଆରକ୍ଷୀ ଅଧିକାରୀମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରତିଭା ପୂଜା ସଂସଦ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଦୀର୍ଘ ୩୪ବର୍ଷ ଧରି ବଜାୟ ରଖି ôଆସିଥିବା ଜିଲ୍ଲା ପ୍ରତିଭା ପୂଜା ସଂସଦ,କେନ୍ଦ୍ରାପଡା ଆଜିବି ଜିଲ୍ଲାରେ ସେହି ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖି ଥିବା ଦେଖିବାକୁ ମିଳିଛି । ବିଗତ ମାର୍ଚ୍ଚମାସ ଠାରୁ ଅଦ୍ୟାବଧି ମହାମାରୀ କରୋନାକୁ ଭ୍ରୁକ୍ଷେପ ନକରି ଯେଉଁମାନେ ସାଧାରଣ ଜନତାଙ୍କୁ ସଚେତନ କରିବା ସହ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି ସଂସଦ ପକ୍ଷରୁ ସେହିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଆସୁଅଛି । ଏହିକ୍ରମରେ ଆଜି ଆମ ଜିଲ୍ଲାର ଆରକ୍ଷୀ ବିଭାଗର କେତେକ ଆଗଧାଡିର ଆରକ୍ଷୀ ସେବକଙ୍କୁ “କୋଭିଡ ଯୋଦ୍ଧା” ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଆରକ୍ଷୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା ଓ ଡି.ଏସ.ପି.


