ସ୍ୱାମୀଙ୍କ ଦ୍ୱାରା ନିର୍ଯ୍ୟାତିତା ମହିଳା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କୁ ଭେଟିବା ପରେ ଘରକୁ ଫେରିନଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସ୍ୱାମୀଙ୍କ ଦ୍ୱାରା ନିର୍ଯ୍ୟାତିତା ଜନୈକ ମହିଳା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ କରିବା ପରେ ଘରକୁ ଫେରିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବିନ୍ଦଳ ଗ୍ରାମର ଜନୌକ ନିର୍ଯ୍ୟାତିତା ମହିଳା ତାଙ୍କର ୨ଟି ନାବାଳକ ପିଲାଙ୍କ ସହିତ ୧୨ଦିନ ତଳେ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଭେଟି ତାଙ୍କୁ ତାଙ୍କ ସ୍ୱାମୀ ନିର୍ଯ୍ୟାତନା ଦେଇଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ସମିତି ପକ୍ଷରୁ ପିଲା ୨ଟିଙ୍କୁ କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ୱାଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ମହିଳା ଜଣଙ୍କ କିନ୍ତୁ କେଉଁଆଡେ ଗଲେ ସେ ସମ୍ପର୍କରେ କୈାଣସି ଖବର ମିଳୁନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ