ଆରାଧନାର ସସ୍ନେହା ସମ୍ମାନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆରାଧନା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ତିନିଦିନ ଧରି ଚାଲିଥିବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦ୍ୱିତୀୟ ସସ୍ନେହା ସମ୍ମାନ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଆରଧନାର ସମ୍ପାଦକ ଚିତ୍ରସେନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟ, କ୍ଷେତ୍ର କାର୍ଯ୍ୟାଳୟ ପୂର୍ବକ୍ଷେତ୍ର ଡଃ ଗୋପାଳ ପ୍ରସାଦ ମହାପାତ୍ର, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପାଳ ମହାପାତ୍ର, ଏସ୍‌ଏନ୍ ଆୱାଡି (ଡ୍ରାମା) ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ ଏବଂ ନୃତ୍ୟଗୁରୁ ଶ୍ରୀଯୁକ୍ତ ଶରତ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।ଉଦ୍‌ଯାପନୀ ଦ୍ୱିତୀୟ ସନ୍ଧ୍ୟାରେ ବାଙ୍ଗାଲୋରର କେ ଜ୍ୟୋତିର୍ମୟ ପଟ୍ଟନାୟକ, ଗୁରୁ ଶ୍ରୀମତୀ ମଧୁସ୍ମିତା ମହାନ୍ତି ଏବଂ ତାଙ୍କର ସୁକନ୍ୟା ସୁଶ୍ରୀ ତନିଷା ତନୁଶ୍ରୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ବିଚିତ୍ରନନ୍ଦ ସ୍ୱାଇଁ, ଭୁବନେଶ୍ୱର ରୁଦ୍ରାକ୍ଷ ଫାଉଣ୍ଡେସନର କଳାକାରମାନେ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଡଃ ସ୍ନେହପ୍ରଭା ସାମନ୍ତରାୟ ଜାତୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ବରିଷ୍ଠ ବିଭାଗର ପ୍ରଥମସ୍ଥାନ ଅଧିକାର କରିଥିବା ବିଶ୍ୱଜିତ ମହାପାତ୍ରଙ୍କୁ ୧୦ ହଜାର ଟଙ୍କା, ଦ୍ୱିତୀୟସ୍ଥାନ ଅଧିକାର କରିଥିବା ଦିଲୁ ପ୍ରସାଦ ବେହେରାଙ୍କୁ ୭ ହଜାର ଟଙ୍କା ଏବଂ ତୃତୀୟସ୍ଥାନ ଅଧିକାର କରିଥିବା ଶୁଭଶ୍ରୀ ପ୍ରୀତିନନ୍ଦିନୀଙ୍କ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିପରି କନିଷ୍ଠ ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଥିବା ଅନନ୍ୟା ଜୁଗଦେଙ୍କୁ ୧୦ ହଜାର, ଦ୍ୱିତୀୟସ୍ଥାନ ଅଧିକାର କରିଥିବା ଅର୍ପିତା ଶତପଥୀଙ୍କୁ ୭ ହଜାର ଏବଂ ତୃତୀୟସ୍ଥାନ ଅଧିକାର କରିଥିବା ନୟୋନିକା ରାୟଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।ଅନୁଷ୍ଠାନର କର୍ମକର୍ତ୍ତା ସ୍ମୃତିମୟୀ, ସୌମିର୍ଲି ଦେ, ମଧୁସ୍ମିତା ପ୍ରଧାନ, କରୁଣାକର ସ୍ୱାଇଁ, ବିଦ୍ୟୁଲତା ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡଃ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡଃ ଶ୍ରୀନିବବାସ ଘଟୁଆରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ