ଆରୋଗ୍ୟ ଲାଭ କଲେ କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ଆକ୍ରାନ୍ତ କିଛି ଦିନ ତଳେ ବାହାରିନରୁ ଫେରିଥିଲେ ଓ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୂନାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କଟକର ସ୍ବତନ୍ତ କୋଭିଡ ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା। ଆଜି ତାଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେ କରୋନା ଭୂତାଣୁ ମୁକ୍ତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାଜ୍ୟର ମୋଟ ୫୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୩ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ଏମାନଙ୍କ ମଧ୍ୟରୁ ୩୫ ଜଣ ଯଥା ଶୀଘ୍ର ଆରୋଗ୍ୟ ଲାଭ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ