ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରମୁଖ ଆର୍ଯ୍ୟସନ୍ନ୍ୟାସୀ ଦିବଂଗତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୨ତମ ଶ୍ରାଦ୍ଧୋତ୍ସବ ଆଜି ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟସମାଜ, ଓଡ଼ିଶାର ମିିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଶ୍ରୀ ଅରବିନ୍ଦନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶାନ୍ତି ଯଜ୍ଞ ପରେ ଉପସ୍ଥିତ ଜନସାଧାରଣଙ୍କୁ ଧାର୍ମିକ ବାର୍ତ୍ତା ଦେଇ ବିଶିଷ୍ଟ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମୀ ବ୍ରହ୍ମାନନ୍ଦ ଥିଲେ ଜଣେ ଉଦ୍‌ଯୋଗୀ ପୁରୁଷ । ଓଡ଼ିଶାରୁ ଅନୁସୂଚିତ ବର୍ଗର ପିଲାମାନଙ୍କୁ ସାଧାରଣ ଜନଜୀବନ ସହ ମିଶାଇବା ପାଇଁ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅହରହ ଚିନ୍ତା କରୁଥିଲେ । ତାଙ୍କର ସଂକଳ୍ପ ଥିଲା ସମ୍ପୂର୍ଣ୍ଣ ଶୁଦ୍ଧପୂତ । ଯେଉଁ କାର୍ଯ୍ୟରେ ସେ ହାତ ମାରୁଥିଲେ ତାହା ସଫଳ ହେଉଥିଲା । ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ ସ୍ୱାମିଜୀଙ୍କୁ ଜଣେ କର୍ମଯୋଗୀ ବୋଲି କହିଥିଲେ । ପ୍ରାରମ୍ଭରେ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ସ୍ୱାଗତ ଭାଷଣ ଓ ସମାଜସେବୀ ବରୁଣ ରାଜ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନଳିନୀକାନ୍ତ ରାଉତ ଓ ଜନ୍ମେଜୟ ନାୟକ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷ ପୂଜା କରାଯାଇଥିଲା । ସ୍ମୃତିବନର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମୀରେଖା ପରିଡ଼ା ବୃକ୍ଷପୂଜାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ବୁଦ୍ଧଦେବ ମିଶ୍ର, ପୁଷ୍ପରାଜ ପ୍ରଧାନ, ପ୍ରଜ୍ଞାରାଜ ପ୍ରଧାନ, ଦୁଃଶାସନ ଜେନା, ପୃଥିରାଜ ପ୍ରଧାନ, ଭବାନୀକାନ୍ତ ରାଉତ ଓ ପ୍ରଫୁଲ୍ଲ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ