ଆଶପେୟାର ପକ୍ଷରୁ ଶିଶୁ ଉତ୍ସବ୨୦୨୦
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ଆଶପେୟାର ପକ୍ଷରୁ ହାଟଡିହି ବ୍ଲକର ବେଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଅଁର ସିଆରସିସି ଶ୍ରୀକାନ୍ତ ସେଠୀ, ସମ୍ମାନୀତ ଅତିଥି ଭାବେ ଆଶପେୟାର ଜି.ପି.ସି.ଏମ ସ୍ନିଗ୍ଧା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମାମିନା ସାହୁ, ଦେବପ୍ରସାଦ ରାଉତ, ବିପିନି କୁଅଁର, ଲିପିନି ରାଉତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଙ୍ଗୋଲୀ, ରଶିଟଣା, ମିୟୁଜିକ ଚେୟାର, ହାଣ୍ଡିପିଟା, କାଦୁଅ ଶିଳ୍ପ, ନାଚଗୀତ, ଭାଷଣ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଏସଏମସି ଅଧ୍ୟକ୍ଷ ବାବୁ ମାଝୀ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


