୩୪ନଂ ଜୋନରେ ବିଜେଡିର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ୩୪ନଂ ଜୋନରେ ବିଜେଡିର ନୁତନ କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନିତି ବିରୁଦ୍ଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ୩୪ନଂ ଜୋନର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନିତି ଓ ବ୍ୟାପକ ଅନିୟମିତତା ହୋଇଥିବାନେଇ ତାଙ୍କର ଦୃଷ୍ଟି ଗୋଚର ହୋଇଛି । ଏହାକୁ ଆଉ ବରଦାସ୍ତ କରାଯିବନି ବୋଲି ବିଧାୟକ ଶ୍ରୀଯୁକ୍ତ ସେଠୀ ଚେତାବନୀ ଦେଇଥିଲେ । ଏହି ସଭାରେ ବରିଷ୍ଠ ବିଜେଡି ନେତା ସୋମନାଥ ଦାସ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ମଦନ ମୋହନ ନନ୍ଦି, ସୁଦାମ ଚରଣ ପଲେଇ, ଭରତ ଚନ୍ଦ୍ର ସାହୁ, ରଘୁନାଥ ପରିଡା, ୱାର୍ଡସଭ୍ୟା ପ୍ରଭାତୀ ସାହୁ ପ୍ରମୁଖ ଯୋଗଦେଇ ବିଜେଡିର ସାଂଗଠନିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାସହ ସରକାରଙ୍କ ଯୋଜନାର ସଫଳ ରୁପାୟନ ପାଇଁ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାଙ୍ଗୋର ପଞ୍ଚାୟତର ନବ ନିଯୁକ୍ତ ବିଜେଡି ସଭାପତି ପବିତ୍ର ମୋହନ ପେଡା, ବାଲିବରେଇ ପଞ୍ଚାୟତର ଶତୃଘ୍ନ ପାତ୍ର, ପଢ଼ିଆରିପଲ୍ଲୀ ପଞ୍ଚାୟତର ଆନନ୍ଦ ରାଉତ, ସୋସୋ ପଞ୍ଚାୟତର ନାରାୟଣ ଚନ୍ଦ୍ର ବିଶ୍ୱାଳ, ଧନୁର୍ଜୟପୁର ପଞ୍ଚାୟତର ଶରତ ଚନ୍ଦ୍ର ପୃଷ୍ଟି, ହଦଗଡ ପଞ୍ଚାୟତର ଅଭିମନ୍ୟୁ ନାଏକ, କେ ବାଲିପାଳ ପଞ୍ଚାୟତର ଶ୍ରୀରାମ ନାୟକ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂଗଠନିକ ନିର୍ବାଚନ ଅଧିକାରୀ ବସନ୍ତ ପଢ଼ିଆରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଶରତ ଚନ୍ଦ୍ର ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଧାୟକଙ୍କୁ ଏକ ବିରାଟ ପଟୁଆରରେ ମଞ୍ଚ ନିକଟକୁ ପାଛୋଟି ଅଣା ଯାଇଥିଲା । ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବସନ୍ତ ସାହୁ, ଟୁଟୁ ସାହୁ, ସୁବୋଧ ପଣ୍ଡା, ଜଖ ପୃଷ୍ଟି, ଗୋପାଳ ପଟ୍ଟନାୟକ, ଚିନ୍ତା ପାତ୍ର, ବିଜେଡି ଛାତ୍ର ସମ୍ପାଦକ ମହେଶ୍ୱର ସାହୁ, ନରହରି ପାତ୍ର, ବାବୁଲି ଲେଙ୍କା, ରାଜେନ୍ଦ୍ର ପାତ୍ର, ଚିନ୍ମୟ ନାୟକ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ବିଜୟ କୁମାର ମଲ୍ଲିକ, ଗୌରାଙ୍ଗ ରଣା, ଯୋଗେନ୍ଦ୍ର ବେହେରା, ପ୍ରୀୟ ଦାସ, ବାବୁ ସାହୁ, ରମାକାନ୍ତ ମାଝୀ, ଚିନୁ ମାଝୀ, ଜ୍ୟୋତି ରଞ୍ଜନ ତରେଇ, ଟୁଇଙ୍କଲ ଧଳ, ସଞ୍ଜିବ ଦଳେଇ, ଗଙ୍ଗାଧର ଜେନାଙ୍କ ସମେତ ଶହଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ ।


