ଶାରୀରିକ ସୁସ୍ଥତା ପାଇଁ ସାଇକେଲ ରାଲି
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ମା ଦୁଆରଶୁଣି ମନ୍ଦିର ନିକଟରୁ ହାଟଡିହି ବ୍ଲକ ପର୍ଯ୍ୟନ୍ତ ଶାରୀରିକ ସୁସ୍ଥତା ପାଇଁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଷୟିକ ପରାମର୍ଶଦାତା ଜଗନ୍ନାଥ ପୃଷ୍ଟି, ହାଟଡିହି କଲେଜର କ୍ରୀଡା ଶିକ୍ଷକ ଅବିନାଶ ରାଉତ, ସୁଶାନ୍ତ ଜେନା, ବିଭୁତି ଭୂଷଣ ଜେନା, ଅମୁଲ୍ୟ ସେଠୀ, ରବିନ୍ଦ୍ର ସା, ସଞ୍ଜିତ ସା, ସୁଜିତ ସେଠୀ, ମାନସ ଜେନା, ଲିଟୁନୁ ଜେନା, ବିଜୟ ନାୟକ, ଅମୁଲ୍ୟ ସେଠୀ, ରାହୁଲ ଜେନା, ହୃଦାନନ୍ଦ ମୁଦୁଲି, ଜଗନ୍ନାଥ ପେରେଇ, ନବ କିଶୋର ଜେନାଙ୍କ ସମେତ ଶାସଙ୍ଗ, ହାଟଡିହି, ଗୋବିନ୍ଦପୁରା, ମଠ, କୁଣ୍ଡିସାହି, ନାହାଳିଆ, ମଠଡାହି ଆଦି ଗ୍ରାମରୁ ପଚାଶରୁ ଉର୍ଦ୍ଧ ଯୁବକ ସାମିଲ ହୋଇ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ‘ସାଇକେଲ ଚଲାଇଲେ କିପରି ଶରୀର ସୁସ୍ଥ ରହିବ’ ସେନେଇ ସଚେତନ କରାଇଥିଲେ ।


