ଆସନ୍ତା କାଲିଠାରୁ ଭିଭୋ ଜେଡ୍-୧ ପ୍ରୋ ବିକ୍ରି ଆରମ୍ଭ

ଫ୍ଲିପ୍କାର୍ଟ ଏବଂ ଭିଭୋ ଇଣ୍ଡିଆ ଇ-ଷ୍ଟୋର ରେ ଜୁଲାଇ ୧୧ଦିନ ୧୨ଟା ଠାରୁ ବିକ୍ରି ଆରମ୍ଭ। ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ପ୍ରଥମ ଜେଡ୍ ସିରିଜ୍ ସ୍ମାର୍ଟଫୋନ୍ ଜେଡ୍୧ ପ୍ରୋ ଏବେ ୨୦୧୯ ଜୁଲାଇ ୧୧ ତାରିଖଠାରୁ ବଜାରରେ ଉପଲବ୍ଧ ହେବ । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା ଅନ୍ ଲାଇନ୍ରେ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ସେହିପରି ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ମଧ୍ୟ ଏହା ଉପଲବ୍ଧ ହେବ । ଏଥିରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୭୧୨ପ୍ରୋସେସର୍, ଏଆଇ ଇଞ୍ଜିନ୍,ଦୀର୍ଘ ବ୍ୟାଟେରୀ ଲାଇଫ୍, ଟ୍ରିପୁଲ୍ ପଛ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି । ଏହା ୪ଜିବି ଓ ୬୪ଜିବି, ୬ଜିବି ଓ ୬୪ ଜିବି ଏବଂ ୬ଜିବି ଓ ୧୨୮ ଜିବି ଆଦି ୩ଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ଯଥାକ୍ରମେ ୧୪,୯୯୦ ଟଙ୍କା, ୧୬,୯୯୦ଟଙ୍କା ଏବଂ ୧୭,୯୯୦ ଟଙ୍କା ରହିଛି । ଏହା ସୋନିକ୍ ବ୍ଲାକ୍, ସୋନିକ୍ ବ୍ଲୁ ଏବଂ ମିରର୍ ବ୍ଲାକ୍ ଆଦି ୩ଟି ରଙ୍ଗରେ ମିଳୁଛି । ଭିଭୋ ଜେଡ୍-୧ ପ୍ରୋରେ ୩୨ ଏମ୍ପି ସେଲଫି କ୍ୟାମେରା ରହିଛି । ଏହା ସହିତ ଏଥିରେ ଟ୍ରିପୁଲ୍ ପଛ କ୍ୟାମେରା ରହିଛି । ସେଥିମଧ୍ୟରେ ୧୬ ଏମ୍ପି ପ୍ରାଇମେରୀ କ୍ୟାମେରା, ୮ ଏମ୍ପି ସୁପର ୱାଇଡ୍- ଆଙ୍ଗେଲ୍ କ୍ୟାମେରା ଏବଂ ୨ ଏମ୍ପି ଡେପଥ୍ କ୍ୟାମେରା ରହିଛି । ଏଥିରେ ୫୦୦୦ ଏମଏଏଚ୍ ବ୍ୟାଟେରୀ ଏବଂ ୧୮ୱାଟ୍ ଫାଷ୍ଟ ଚାର୍ଜିଂ ସୁୂବିଧା ରହ÷ିଛି । ଏଥିରେ ୬୪ ବିଟ୍ ସିପିୟୁ, କ୍ୱାଲକମ୍ କ୍ରାୟୋ ୩୬୦, ୧୦ଏନ୍ଏମ୍ ଡିଜାଇନିଂ, ୨.୩ ଜିଏଚଜେଡ୍ ଏବଂ ୬୧୬ ଗ୍ରାଫିକ୍ ପ୍ରୋସେସିଂ ୟୁନିଟ୍, ୧୬.୫୯ ସେମି ଡିସପ୍ଲେ, ସ୍କ୍ରିନ୍ ରେସିଓ ୯୦.୭୭% ଏବଂ ୧୯.୫:୯, ଅଲ୍ଟ୍ରା ଗେମ୍ ମୋଡ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଓଜନ ୨୦୧ ଗ୍ରାମ୍ ରହିଛି । ଏହାର କ୍ରୟରେ ଫ୍ଲିପ୍କାର୍ଟରେ ଆଇସିଆଇସିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କଲେ ୭୫୦ ଟଙ୍କାର ତତ୍କ୍ଷଣାତ୍ ରିହାତି ମିଳିବ । ସେହିପରି ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ରୁ କ୍ରୟ କଲେ ୬,୦୦୦ଟଙ୍କା ମୂଲ୍ୟର ଜିଓ ସୁବିଧା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ