ଆସିଲା ନୂଆ ଗାଇଡ଼ଲାଇନ: ହଟିଲା ସପ୍ତାହନ୍ତ ସଟଡାଉନ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ଯୋଗୁଁ ସରକାର ରାଜ୍ୟର ସମସ୍ତ ଜିଲ୍ଲାରୁ ସପ୍ତାହନ୍ତ ସଟ୍ଡ଼ାଉନ୍କୁ ଉଠାଇଦେଇଛନ୍ତି । ଆଜି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଏସଆରସି ଘୋଷଣା କରିଛନ୍ତି। ଅକ୍ଟୋବର ୧ ତାରିଖ ଯାଏଁ ଏହି ଗାଇଡଲାଇନ ଜାରି ରହିବ ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ। ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ରାତି ୧୦ଟା ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ରହିବ। ଏହାସହ ବିବାହ , ବ୍ରତ ପାଇଁ କଟକଣା କୋହଳ କରାଯାଇଛି। ସମସ୍ତ କୋଭିଡ଼ ନିୟମ ଅନୁଯାୟୀ ଘର ଲୋକେ ଓ ବନ୍ଧୁବାନ୍ଧବ ମାନେ ମିଶାଇ ୨୫୦ ଲୋକଙ୍କୁ ଅନୁମତି ବିବାହ ମିଳିବ। ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ କଟକଣା କୋହଳ ହେବ ହୋଇଛି ୨୫୦ ଜଣ ଏଥିରେ ମଧ୍ୟ ସାମିଲ ହେବ। ସମସ୍ତ ପାଠାଗାର, ମ୍ୟୁଜିୟମ, ଅଡିଟରିୟମ, ସିନେମା ହଲ କୋଭିଡ଼ ଗାଇଡ଼ଲାଇନ ନେଇ ଖୋଲାଯିବ।


