ସରକାରୀ ଯୋଜନାରୁ ବଞ୍ଚିତ ଭାସି ସାହୁ, ପ୍ରତିଶୃତିରେ ବିତିଲା ୫ ବର୍ଷ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ ଆଜିବି ଅନେକ ସ୍ଥାନରେ ଲୁଚି ରହିଛି ଗରିବ ପରିବାରର ସମସ୍ୟା, ଯାହାକି ଖବର କାଗଜରେ ପ୍ରକାଶ ପରେ ବି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି । ଏଭଳି ଅନେକ ଦୁଃଖୀ ଗରିବ ପରିବାରକୁ କିଏ ବା ପଚାରେ, ମୋହନା ବ୍ଲକରେ ରହିଛିନ୍ତି ଧଳା ଖେ।ଳ ପିନ୍ଧା ଅନେକ କୁଜି ନେତା, ହେଲେ କେହି ସାହାଯ୍ୟ କରିବା କୁ ନୁହିଁ । ଅଡବା ପଞ୍ଚାୟତ ର ପଦାଗାଁଗ୍ରାମରେ ଭାସି ସାହୁ (୫୬) ବସବାସ କରି ଆସୁଛନ୍ତି । ଦୀର୍ଘ ୪୦ବର୍ଷ ରୁ ଉର୍ଦ୍ଧ ହେଲା ନା ଅଛି ଜାଗା ଖଣ୍ଡେ ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ । ଖରା ବର୍ଷା ରେ ଜୀବନ ବିତୁଛି କୁଡ଼ିଆ ତଳେ, ନା ମିଳୁଛି ଖାଉଟି କାର୍ଡ ନା ଭତ୍ତା, ସବୁ ନା କୁ ମାତ୍ର ଯୋଜନା । ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଭାସି ସାହୁ । ପରିବାର କହିଲେ ସ୍ୱାମୀ ଛାଡି ଚାଲିଗଲେ ଅରପରିକୁ ଆଜିକୁ ୩୫ବର୍ଷ ବିତିଲାଣି ଦୁଇଟି ପୁଅ ଥିଲେ, ସେମାନେ ମଧ୍ୟ ଆରପରିକୁ ଚାଲି ଗଲେ ଦୁଇ ବର୍ଷ ହେଲା । ଏବେ ଚଳିବା ମୁସିକିଲ, ଘର ଘର ବୁଲି ମାଗି ଖାଉଛନ୍ତି । ଆହା ପଦେ କହିବାକୁ କେଇ ନାହିଁ । ଏହି ବିଷୟରେ ବହୁବାର ମୋହନା ବ୍ଲକରେ ଅଭିଯୋଗ କରିଛନ୍ତି, କିନ୍ତୁ କେବଳ ପ୍ରତିଶ୍ରୁତି ମିଳିଛି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି । ଏହି ବୁଡି ମା କୁ ଦେଖିଲେ ଲାଗୁଚି ଗଜପତି ଜିଲ୍ଲାର ସରକାରୀ ବାବୁ ମାନେ କିପରି ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।


