ଆହତ ଜନାର୍ଦ୍ଦନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଜମିବାଡି ବିକ୍ରୀପରେ ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି
ହାଟଡିହି, (ଓ୍ବାଇଏନ୍ଏସ୍) : ଗୋଟିଏ ସଡକ ଦୁର୍ଘଟଣାର ଶୀକାର ହୋଇ ଦୀର୍ଘ ୭ମାସଧରି ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିସାରିବା ପରେ ପରିବାର ଲୋକେ ଏବେ ଉପାୟଶୁନ୍ୟ ହୋଇ ଘରକୁ ଆଣି ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏପରି ଏକ ଦୁôଖଦପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମରେ । ଗ୍ରାମର ଜନାର୍ଦ୍ଦନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ରାଉରକେଲାରେ ଏକ ଛୋଟ ଦୋକାନ କରି ପରିବାର ଚଳାଇ ଆସୁଥିଲେ । କିନ୍ତୁ ଗତ ୮ମାସ ତଳେ ସେ ସେଠାରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ରାଉରକେଲା ଇଷ୍ପାତ ହସପିଟାଲ ଓ ପରେ କଳିଙ୍ଗ ହସପିଟାଲ ଭୁବନେଶ୍ୱରରେ ତାଙ୍କୁ ଭର୍ତ୍ତି କରାଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ ତାଙ୍କ ଭଲ ପାଇଁ । ସେ ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ହୋଇଥିବାରୁ ଘରେଯାହା ଜମିବାଡି ଥିଲା ବିକ୍ରୀକରି ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ପରେବି ତାଙ୍କର ଅବସ୍ଥାରେ କୌଣସି ଉନ୍ନତ୍ତି ନଆସିବାରୁ ଏବଂ ହାତରୁ ସମସ୍ତ ଟଙ୍କା ସରିଯିବାରୁ ପରିବାର ଲୋକେ ଭାଗ୍ୟକୁ ଆଦରି ତାଙ୍କୁ ଘରକୁ ନେଇଆସିଛନ୍ତି । ସେ କୋମା ଅବସ୍ଥାରେ ଥିବାବେଳେ ତାଙ୍କର ଔଷଧ ପାଇଁ ଘରେ ଆଉ ସମ୍ବଳ ନାହିଁ । ଘରେ ସେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ତାଙ୍କର ଏ ପରିସ୍ଥିତିରେ ପରିବାର ଲୋକେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏ ଖବର ଜାଣିବାପରେ ଜୟଦୁର୍ଗା ଫାଉଣ୍ଡେସନର କିଛି ସଦସ୍ୟ ତାଙ୍କ ଘରକୁଯାଇ ତାଙ୍କର ଏପରି ଶୋଚନୀୟ ଅବସ୍ଥାକୁ ଦେଖି ସହାୟତାର ହାତ ବଢ଼ାଇବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ବିଭିନ୍ନ ଜିଲ୍ଲାର ସ୍ୱେସ୍ଥାସେବୀ ମାନେ ସହାୟତାର ହାତ ବଢ଼ାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଅନ୍ୟ କେହି ସ୍ୱେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇଲେ ଜନାର୍ଦ୍ଦନ ସୁସ୍ଥ ହୋଇ ପାରନ୍ତେ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି ।


