‘ଆତ୍ମନିର୍ଭର ଭାରତ ପ୍ୟାକେଜ’ର କାର୍ଯ୍ୟକାରିତା ସମୀକ୍ଷା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ କୋଭିଡ-୧୯ ମହାମାରୀର ମୁକାବିଲା କରିବା ଲାଗି ୧୨ ମଇ, ୨୦୨୦ରେ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ଏବଂ ବ୍ୟାପକ ପ୍ୟାକେଜର ଘୋଷଣ କରିଥିଲେ ଯାହାକି ଭାରତର ସକଳ ଘରୋଇ ଉତ୍ପାଦ ଜିଡିପିର ୧୦ପ୍ରତିଶତ ସହ ସମତୁଲ୍ୟ। ସେ ‘ଆତ୍ମନିର୍ଭର ଭାରତ’ ନିର୍ମାଣ ଲାଗି ଆହ୍ୱାନ କରିଥିଲେ। ଏଥିସହିତ ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ସ୍ତମ୍ଭ-ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ପ୍ରଣାଳୀ, ଯୁବ ଜନସଂଖ୍ୟା ଏବଂ ଚାହିଦା- ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୧୩ ମଇଠାରୁ ୧୭ ମଇ ୨୦୨୦ପର୍ଯ୍ୟନ୍ତ ଲଗାତାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଆତ୍ମନିର୍ଭର ଭାରତ ପ୍ୟାକେଜର ବିବରଣୀ ଉପସ୍ଥାପନ କରିଥିଲେ। ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅତ୍ୟନ୍ତ ଶୀଘ୍ର ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆର୍ଥିକ ପ୍ୟାକେଜ ସଂକ୍ରାନ୍ତ ଘୋଷଣାଗୁଡ଼ିକୁ ଲାଗୁ କରିବା ଆରମ୍ଭ କରିଦେଇଥିଲା। ଆର୍ଥିକ ପ୍ୟାକେଜ କାର୍ଯ୍ୟକାରିତାର ନିୟମିତ ସମୀକ୍ଷା ଏବଂ ଅନୁଧ୍ୟାନ ନିଜେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଭାବେ କରୁଛନ୍ତି। ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ସଦ୍ୟତମ ସମୀକ୍ଷାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ଗୁଡିକ ହେଲେ. ଦେଶର ଏମଏସଏମଇ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ବ୍ୟୟ ବିଭାଗ ସାଧାରଣ ଆର୍ଥିକ ନିୟମ, ୨୦୧୭ର ବର୍ତ୍ତମାନର ନିୟମ ୧୬୧(iv) ଏବଂ ବୈଶ୍ୱିକ ଟେଣ୍ଡର ସମ୍ବନ୍ଧୀୟ ଜିଏଫଆର ନିୟମରେ ସଂଶୋଧନ କରିଛି। ଏଣିକି ୨୦୦ କୋଟି ଟଙ୍କାର ଟେଣ୍ଡର ନିମନ୍ତେ କୌଣସି ବୈଶ୍ୱିକ ଟେଣ୍ଡର ଆହ୍ୱାନ ବା ଗ୍ଲୋବାଲ ଟେଣ୍ଡର ଇନକ୍ୱାରୀ (ଜିଟିଆଇ) ସେପର୍ଯ୍ୟନ୍ତ ଆହ୍ୱାନ କରାଯିବ ନାହିଁ ଯେପର୍ଯ୍ୟନ୍ତ କ୍ୟାବିନେଟ ସଚିବାଳୟରୁ ଏଥିପାଇଁ ପୂର୍ବ ଅନୁମତି ମିଳିନାହିଁ। ଠିକାଦାରମାନଙ୍କୁ ସହାୟତା ଅର୍ଥମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ ଯେ ରେଳବାଇ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ସିପିଡବ୍ଲ୍ୟୁଡି ଭଳି ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଅନୁବନ୍ଧ କିମ୍ବା ଟେଣ୍ଡର ଆଧାରିତ ଦାୟିତ୍ୱକୁ ପୂରଣ କରିବା ଲାଗି ୬ମାସ ପର୍ଯ୍ୟନ୍ତ ଅଧିକ ସମୟ ସୀମା ପ୍ରଦାନ କରିବେ, ଯେଉଁଥିରେ ଇପିସି ଏବଂ ରିହାତି ବୁଝାମଣା ସହ ଜଡ଼ିତ ଦାୟିତ୍ୱ ମଧ୍ୟ ସାମିଲ ରହିଛି। ଏ ସଂକ୍ରାନ୍ତରେ ବ୍ୟୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ ଅପ୍ରତ୍ୟାଶିତ ପରିସ୍ଥିତି ବା ବିପର୍ଯ୍ୟୟ ସହ ଜଡ଼ିତ ଧାରା ଏଫଏମସିର ଉପଯୋଗ କରି ଠିକାଦାର/ରିହାତି ପ୍ରାପ୍ତକାରୀଙ୍କ ଉପରେ କୌଣସି ଖର୍ଚ୍ଚ କିମ୍ବା ଜୋରିମାନା ଲାଗୁ କରାନଯାଇ ଅନୁବନ୍ଧ ଅବଧିକୁ ଅତିକମରେ ତିନି ମାସ ଏବଂ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଠିକାଦାର/ଯୋଗାଣକାରୀଙ୍କୁ କାର୍ଯ୍ୟ ପ୍ରଦର୍ଶନ ସଂକ୍ରାନ୍ତ ସିକ୍ୟୁରିଟିର ମୂଲ୍ୟ ଫେରସ୍ତ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ଯାହା ବିଧିବଦ୍ଧ ଭାବେ କରାଯାଇଥିବା ଯୋଗାଣ/ମୋଟ ଅନୁବନ୍ଧ ମୂଲ୍ୟର ସମ୍ପୂର୍ଣ୍ଣ ହୋଇସାରିଥିବା ଅନୁବନ୍ଧ କାର୍ଯ୍ୟ ଅନୁପାତ ହେବ। ଏହାକୁ ବିଭିନ୍ନ ବିଭାଗ/ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟ ସରକାରଙ୍କୁ ସହାୟତା ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ଅପ୍ରତ୍ୟାଶିତ ପରିସ୍ଥିତିକୁ ଧ୍ୟାନରେ ରଖି ଅନୁରୋଧ ସ୍ୱୀକାର କରାଯାଇଛି ଏବଂ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟଗୁଡ଼ିକର ଋଣସୀମାକୁ ୩%ରୁ ବଢ଼ାଇ ୬% କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ରାଜ୍ୟଗୁଡ଼ିକୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସମ୍ବଳ ମିଳିପାରିବ। ଲକଡାଉନ କାରଣରୁ ରାଜସ୍ୱ ଆଦାୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସମୟରେ ଅତ୍ୟଧିକ ସଙ୍କଟର ସମ୍ମୁଖୀନ ହେଉଥିବା ରାଜ୍ୟ ସରକାରଗୁଡ଼ିକର ଆର୍ଥିକ ସ୍ଥିତିକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ପ୍ରୟାସ କରାଯାଇଛି। ଏହି କ୍ରମରେ ବ୍ୟୟ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ଆନୁମାନିକ ଜିଏସଡିପିର ୨ପ୍ରତିଶତ ସହିତ ସମାନ ଅତିରିକ୍ତ ଋଣ ନେବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ତେବେ ଏଥିନିମନ୍ତେ ନିର୍ଦ୍ଦିଷ୍ଟ ରାଜ୍ୟସ୍ତରୀୟ ସୁଧାରକୁ ଲାଗୁ କରିବାକୁ ହେବ। ଏମଏସଏମଇ ସମେତ ବ୍ୟବସାୟୀଙ୍କ ଲାଗି 3ଲକ୍ଷ କୋଟି ଟଙ୍କାର ବନ୍ଧକବିନା ସ୍ୱତଃ ଋଣ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ୨୯ ଫେବୃଆରୀ, ୨୦୨୦ ସୁଦ୍ଧା ବକେୟା ଥିବା ମୋଟ ଋଣର ୨୦% ଅତିରିକ୍ତ କାର୍ଯ୍ୟଶୀଳ ପୁଞ୍ଜି ରିହାତି ସୁଧ ଦରରେ ସଅବଧି ଋଣ ଆକାରରେ ପ୍ରଦାନ କରାଯିବ। ଏହା ୨୫କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା ଋଣ ଏବଂ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା ସେସବୁ ୟୁନିଟଗୁଡ଼ିକ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କର ଆକାଉଣ୍ଟକୁ ଷ୍ଟାଣ୍ଡାର୍ଡ ଭାବେ ଗ୍ରହଣ କରାଯିବ। ଏସବୁ ୟୁନିଟଗୁଡ଼ିକୁ ନିଜ ପକ୍ଷରୁ କୌଣସି ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ। ଏହି ଅର୍ଥରାଶି ଉପରେ ଭାରତ ସରକାରଙ୍କର ୧୦୦% ଗ୍ୟାରେଣ୍ଟି ରହିବ। ଏହାର ଅନ୍ତର୍ଗତ ୪୫ଲକ୍ଷରୁ ଅଧିକ ଏମଏସଏମଇଗୁଡ଼ିକୁ ମୋଟ ୩ ଲକ୍ଷ କୋଟି ଟଙ୍କାର ଲିକୁଇଡିଟି ନଗଦ ପ୍ରବାହ ଉପଲବ୍ଧ କରାଯାଇପାରିବ। ୨୦ମଇ ୨୦୨୦ରେ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଅର୍ଥ ସେବା ବିଭାଗ ୨୩ ମଇ ୨୦୨୦ରେ ଯୋଜନା ପାଇଁ ପରିଚାଳନା ଦିଶା-ନିର୍ଦ୍ଦେଶ ଜାରି କରିଥିଲା ଏବଂ ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା ଇସିଏଲଜିଏସ ପାଣ୍ଠିକୁ ୨୬ମଇ ୨୦୨୦ରେ ପଞ୍ଜିକୃତ କରାଗଲା। ପାଖାପାଖି ଦେଢ଼ ମାସର ସ୍ୱଳ୍ପ ଅବଧିରେ ହିଁ ୟୁନିଟଗୁଡ଼ିକୁ ଚିହ୍ନଟ କରାଗଲା ଏବଂ ଏମଏସଏମଇଗୁଡ଼ିକୁ ଋଣ ମଞ୍ଜୁରି ସହିତ ବିତରଣରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହେଲା। ୯ ଜୁଲାଇ ୨୦୨୦ସୁଦ୍ଧା ନିମ୍ନଲିଖିତ ଅଗ୍ରଗତି ହୋଇପାରିଛି, ଏନବିଏଫସିଗୁଡ଼ିକ ଲାଗି ୪୫,୦୦୦କୋଟି ଟଙ୍କାର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ୨.୦ ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ପିସିଜିଏସକୁ ସଂଶୋଧିତ କରାଯିବ ଏବଂ କମ ରେଟିଂ ବିଶିଷ୍ଟ ଏନବିଏଫସି, ଏଚଏଫସି ଓ ଅନ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥାନ ଏମଏଫଆଇର ଋଣକୁ ମଧ୍ୟ ଏହାର ପରିଧି ମଧ୍ୟକୁ ଅଣାଯିବ। ଭାରତ ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ୨୦ ପ୍ରତିଶତ କ୍ଷତି ପାଇଁ ସୋଭରେନ ଗ୍ୟାରେଣ୍ଟି ପ୍ରଦାନ କରିବେ। ୨୦ମଇ ୨୦୨୦ରେ ପିସିଜିଏସକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଯୋଜନାର ପରିଚାଳନା ଦିଶାନିର୍ଦ୍ଦେଶକୁ ସେହି ଦିନ ଅର୍ଥାତ ୨୦ମଇ ୨୦୨୦ରେ ହିଁ ଜାରି କରିଦିଆଯାଇଥିଲା। ବ୍ୟାଙ୍କଗୁଡ଼ିକ ୧୪,୦୦୦କୋଟି ଟଙ୍କାର ପୋର୍ଟଫୋଲିଓ କ୍ରୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ୩ ଜୁଲାଇ ୨୦୨୦ ସୁଦ୍ଧା ୬,୦୦୦ କୋଟି ଟଙ୍କାର ଅନୁମୋଦନ/ଆଲୋଚନା ପ୍ରକ୍ରିୟା ଜାରି ରହିଛି । ନାବାର୍ଡ ଜରିଆରେ କୃଷକମାନଙ୍କ ପାଇଁ ୩୦,୦୦୦ କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ସୁବିଧା, କୋଭିଡ-୧୯ ସମୟରେ ଆରଆରବି ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ଲାଗି ନାବାର୍ଡ ପକ୍ଷରୁ ୩୦,୦୦୦କୋଟି ଟଙ୍କାର ନୂତନ ସ୍ୱତନ୍ତ୍ର ପୁନଃଅର୍ଥ ଲଗାଣ ସୁବିଧାକୁ ମଞ୍ଜୁର କରାଯାଇଛି। ଏହି ବିଶେଷ ସୁବିଧା ୩କୋଟି କୃଷକ, ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲାଭବାନ କରିବ । ଏହା ଫସଲ କାଟିବା ପରେ ଓ ଖରିଫ ବୁଣିବା ପୂର୍ବରୁ ସେମାନଙ୍କର ଋଣ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ବର୍ତ୍ତମାନ ସମୟରେ ଖରିଫ ଫସଲ ବୁଣାବୁଣି ଖୁବ ଜୋରରେ ଜାରି ରହିଛି। ଏହି ସ୍ୱତନ୍ତ୍ର ସୁବିଧା ଅନ୍ତର୍ଗତ ୩୦,୦୦୦ କୋଟି ଟଙ୍କା ମଧ୍ୟରୁ ୨୪,୮୭୬.୮୭କୋଟି ଟଙ୍କା ୦୬ ଜୁଲାଇ ୨୦୨୦ ସୁଦ୍ଧା ବିତରଣ କରାଯାଇସାରିଛି । ଟିଡିଏସ/ଟିସଏସ ଦରରେ ହ୍ରାସ ଜରିଆରେ ୫୦,୦୦୦ କୋଟି ଟଙ୍କାର ନଗଦ ପ୍ରବାହ ରାଜସ୍ୱ ବିଭାଗ ପକ୍ଷରୁ ନିବାସୀମାନଙ୍କୁ ନିର୍ଦ୍ଦିଷ୍ଟ ପଇଠ ଲାଗି ଟିଡିଏସ ଦର ଏବଂ ନିର୍ଦ୍ଦିଷ୍ଟ ଟିସିଏସ ଦରରେ ୨୫% ହ୍ରାସ ପାଇଁ ଘୋଷଣା କରିଛି, ଯାହା ୧୪ମଇ ୨୦୨୦ ଠାରୁ ଆରମ୍ଭ କରି ୩୧ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ହେବାକୁ ଥିବା କାରବାର ନିମନ୍ତେ ଲାଗୁ ହେବ। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ୧୩ ମଇ ୨୦୨୦ରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇସାରିଛି। ପ୍ରତ୍ୟକ୍ଷ ଟିକସ ସଂକ୍ରାନ୍ତ ଅନ୍ୟ ଉପାୟ ୮ ଏପ୍ରିଲ ଠାରୁ ଆରମ୍ଭ କରି ୩୦ ଜୁନ ପର୍ଯ୍ୟନ୍ତ ଅବଧି ଲାଗି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି୨୦.୪୪ ଲକ୍ଷରୁ ଅଧିକ ମାମଲାରେ ୬୨,୩୬୧ କୋଟି ଟଙ୍କାର ଅଧିକ ପରିମାଣର ଅର୍ଥରାଶି ରିଫଣ୍ଡ ଆକାରରେ ଜାରି କରିଛି। ୩ ଜୁଲାଇ ୨୦୨୦ରେ ଜାରି ପ୍ରେସ ବିଜ୍ଞପ୍ତିରେ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ଅବଶିଷ୍ଟ ରିଫଣ୍ଡ ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ବିଭାଗ ୨୪ ଜୁନ ୨୦୨୦ରେ ଅଧିକ ସୂଚନା ଜାରି କରିଛି। ଏହାର ଅନ୍ତର୍ଗତ ୨୦୧୯-୨୦ ଆକଳନ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ୩୧ ଜୁଲାଇ, ୨୦୨୦ ବ୍ୟକ୍ତିଗତ ଆଦି ପାଇଁ ଏବଂ ୩୧ ଅକ୍ଟୋବର, ୨୦୨୦ କମ୍ପାନୀ ଆଦି ଲାଗି ବୃଦ୍ଧି କରାଯାଇ ୩୦ ନଭେମ୍ବର ୨୦୨୦ କରି ଦିଆଯାଇଛି। ଏହା ବ୍ୟତୀତ ଟିକସ ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ତାରିଖକୁ ମଧ୍ୟ ବର୍ତ୍ତମାନର ୩୦ ସେପ୍ଟେମ୍ବର, ୨୦୨୦ରୁ ବଢ଼ାଇ ୩୧ ଅକ୍ଟୋବର, ୨୦୨୦ କରି ଦିଆଯାଇଛି। ରାଜସ୍ୱ ବିଭାଗ ସେସବୁ ଆକଳନ ନିମନ୍ତେ ସମୟସୀମା ବଢ଼ାଇ ୩୧ ମାର୍ଚ୍ଚ, ୨୦୧୧ କରି ଦେଇଛି ଯେଉଁଗୁଡ଼ିକର ସମୟସୀମା ସର୍ବାଧିକ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଥିଲା। ଏ ସଂକ୍ରାନ୍ତରେ ୨୪ ଜୁନ ୨୦୨୦ରେ ଜାରି ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ପ୍ରଥମର ସୂଚିତ କରାଯାଇଛି ଯେ “ବିବାଦରୁ ବିଶ୍ୱାସ” ଯୋଜନା ଅନ୍ତର୍ଗତ ବିନା ଅତିରିକ୍ତ ଅର୍ଥରାଶିରେ ପରିଶୋଧ ସୁବିଧାକୁ ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ ଏବଂ ଏଥିପାଇଁ ବିବାଦରୁ ବିଶ୍ୱାସ ଆଇନ, ୨୦୨୦ ଭିଏସଭି ଆଇନରେ ବିଧିବଦ୍ଧ ସଂଶୋଧନ ଉଚିତ ସମୟରେ କରାଯିବ। ଏହାବ୍ୟତୀତ ବିଜ୍ଞପ୍ତି ଜରିଆରେ ଭିଏସଭି ଆଇନ ଅନ୍ତର୍ଗତ ଉଲ୍ଲିଖିତ ଅନୁପାଳନ ତାରିଖକୁ ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏଥିପାଇଁ ପୂର୍ବରୁ ୨୦ ମାର୍ଚ୍ଚ ୨୦୨୦ ଠାରୁ ଆରମ୍ଭ କରି ୩୦ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ଆଇବିସି ସମ୍ବନ୍ଧୀୟ ଉପାୟ ଜରିଆରେ କାରବାର କରିବା ଆହୁରି ସହଜ ହେଲା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଆଇବିସି, ୨୦୧୬ର ଧାରା ୪ ଅନ୍ତର୍ଗତ ଡିଫଲ୍ଟର ପ୍ରାରମ୍ଭିକ ବା ସର୍ବନିମ୍ନ ସୀମାକୁ ବର୍ତ୍ତମାନର ୧ଲକ୍ଷ ଟଙ୍କାରୁ ବୃଦ୍ଧି କରି ୧କୋଟି ଟଙ୍କା କରିଦେଇଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, “ଦେବାଳିଆ ଏବଂ ଦେବାଳିଆପଣ ସଂହିତା, ୨୦୧୬ର ଧାରା ୪ ୨୦୧୬ ର ୩୧ ଅନ୍ତର୍ଗତ ପ୍ରଦତ୍ତ ଅଧିକାରର ଉପଯୋଗ କରି କେନ୍ଦ୍ର ସରକାର ଉକ୍ତ ଧାରାର ପ୍ରୟୋଜନ ନିମନ୍ତେ ସର୍ବନିମ୍ନ ଡିଫଲ୍ଟ ରାଶି 1 କୋଟି ଟଙ୍କା ନିର୍ଦ୍ଧାରିତ କରିଛନ୍ତି। ଏଥିପାଇଁ ୨୪ ଜୁନ ୨୦୨୦ରେ ବିଜ୍ଞପ୍ତି ଜାରି କରାଯାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ମଏସଏମଇଗୁଡ଼ିକୁ ରିହାତି ପ୍ରଦାନ କରିବା ଲାଗି ସଂହିତାର ଧାରା ୨୪୦ ଏ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଦେବାଳିଆ ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦେଉଛି ଏବଂ ଏହାକୁ ଖୁବଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ଜାରି କରାଯିବ। ଦେବାଳିଆ ଏବଂ ଦେବାଳିଆପଣ ସଂହିତା ସଂଶୋଧନ ଅଧ୍ୟାଦେଶ, ୨୦୨୦କୁ ୫ ଜୁନ ୨୦୨୦ରେ ଜାରି କରାଯାଇଥିଲା। ଏହି ଅଧ୍ୟାଦେଶ ଜରିଆରେ ଦେବାଳିଆ ଏବଂ ଦେବାଳିଆପଣ ସଂହିତା ୨୦୧୬ର ଧାରା ୧୦-ଏକୁ ସାମିଲ କରିବାର ମାର୍ଗ ପ୍ରଶସ୍ତ ହେଲା, ଯାହଫଳରେ ସଂହିତାର ଧାରା ୭, ୯ ଏବଂ ୧୦ ଅନ୍ତର୍ଗତ କର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା ସିଆଇଆରପି ଆରମ୍ଭ କରାଯିବାକୁ ଅସ୍ଥାୟୀ ଭାବରେ ୬ ମାସ କିମ୍ବା ଏହାଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ଯାହା ଏହି ତାରିଖ ଠାରୁ ଏକ ବର୍ଷରୁ ଅଧିକ ହୋଇନଥିବ ନିଲମ୍ବିତ କରାଯାଇପାରିବ। ଏନବିଏଫସି/ଏଚଏଫସି/ଏମଏଫଆଇ ଲାଗି ୩୦,୦୦୦କୋଟି ଟଙ୍କାର ସ୍ୱତନ୍ତ୍ର ନଗଦ ଯୋଜନା ଏନବିଏଫସି/ଏଚଏଫସି ପାଇଁ ସ୍ୱତନ୍ତ୍ର ନଗଦ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ପାଇବା ପରେ ଏହି ଯୋଜନାର ଶୁଭାରମ୍ଭ କରି ଦିଆଯାଇଛି। ଆରବିଆଇ ମଧ୍ୟ ଏହି ଯୋଜନା ସଂକ୍ରାନ୍ତରେ ୧ଜୁଲାଇ, ୨୦୨୦ରେ ଏନବିଏଫସି ଏବଂ ଏଚଏଫସିଗୁଡ଼ିକ ପାଇଁ ଏକ ସର୍କୁଲାର ଜାରି କରିଦେଇଛି। ଏସବିଆଇ କ୍ୟାପକୁ ୭ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ୨୪ଟି ଆବେଦନ ମିଳିଛି ଏଥିମଧ୍ୟରୁ ପାଖାପାଖି ୯,୮୭୫ କୋଟି ଟଙ୍କାର ଅର୍ଥଯୋଗାଣ ପାଇଁ ଅନୁରୋଧ କରାଯାଇଛି। ଏସବୁ ଆବେଦନଗୁଡ଼ିକୁ ପ୍ରୋସେସିଂ କରାଯାଉଛି। ଏ ସଂକ୍ରାନ୍ତରେ ପୂର୍ବରୁ ମିଳିଥିବା ଆବେଦନକୁ ମଞ୍ଜୁରି ମିଳିସାରିଛି ଏବଂ ଅବଶିଷ୍ଟ ଆବେଦନ ଉପରେ ମଧ୍ୟ ବିଚାର କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ