‘ଆଦିମ ସାଉଁତା ସେମଲେଦ ସଂଗଠନ ‘ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ପ୍ରବଳ ହାଡ଼ଭଙ୍ଗା ଶୀତରେ ଥରୁଛି ବାମନଘାଟୀ ଉପଖଣ୍ଡ ।ଗରୀବ ଗୁରୁବା ନିରିହ ଆଦିବାସୀ ଲୋକେ ଆର୍ଥିକ ଅଭାବରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଜର ଦେହକୁ ଘୋଡାଇ ରଖିବାକୁ ଖଣ୍ଡେ କନ୍ଥା କି କମ୍ବଳ ନାହିଁ ।ଗରୀବ ବୁଢ଼ା ବୁଢ଼ୀ , ଅକର୍ମଣ୍ୟ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ହାଡ଼ଭଙ୍ଗା ଶୀତ ସହ୍ୟ କରି ନ ପାରି କିଛି ବୁଢାବୁଢ଼ୀ ଆର ପାରିକୁ ଚାଲିଗଲେଣି ।ଗରୀବ ଗୁରୁବା ଓ ଦୁଖୀରଙ୍କୀଙ୍କ ଅବସ୍ଥା ଦେଖି ଆଜି ପବିତ୍ର ମାଣବସା ଗୁରୁବାରରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଆଦିବାସୀ ସ୍ବେଛାସେବୀ ସଂଗଠନ ‘ଆଦିମ ସାଉଁତା ସେମଲେଦ ସଂଗଠନ’ ,ରାଇରଙ୍ଗପୁର ତରଫରୁ ସ୍ଥାନୀୟ ମେଡିକାଲ ଛକ ନିକଟରେ ସଂଗଠନ ନିରୀହ ଗରୀବ ଗୁରୁବା ଏବଂ ଅକର୍ମଣ୍ୟ ବୁଢ଼ାବୁଢୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କିଛି ଦିନ ପୂର୍ବେ ରାଇରଙ୍ଗପୁର ପୁରୁଣାଘାଟି କଲେଜ ଛକ ଠାରେ ମଧ୍ୟ ସଂଗଠନ ତରଫରୁ ଗରୀବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ପୂର୍ବରୁ ମଧ୍ୟ କରୋନା ମହାମାରୀ ସମୟରେ ରାଇରଙ୍ଗପୁର ଡ଼ାକ୍ତରଖାନାରେ ରକ୍ତ ଶଙ୍କଟ ଦେଖା ଦେଇଥିବାବେଳେ ସଂଗଠନର ସଦସ୍ୟମାନେ ରକ୍ତଦାନ କରି ମହାନତା ଦେଖାଇଥିଲେ । ଏହି ସଂଗଠନ ର ମୂଳ ଲକ୍ଷ୍ୟ ହେଉଛି ଗରିବ ଅସହାୟ,ନିରାଶ୍ରୟ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇବା ।ନିକଟରେ ଅସହାୟ ଓ ନିରାଶ୍ରୟ ଲୋକଙ୍କ ପାଇଁ ଏକ ଆଶ୍ରୟ ଗୃହ ନିର୍ମାଣ କରାଯିବା ପାଇଁ ଅଣ୍ଟା ଭିଡିଛି ସଂଗଠନ। ତାହା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଦିମ ସାଉଁତା ସେମଲେଦର ଉପଦେଷ୍ଟା ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଶ୍ରୀ ଭୁଗୁଲୁ ମାରଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ରଣଜିତ୍ ବାସ୍କେ,ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର ରମେଶ ଚନ୍ଦ୍ର ହାଁସଦା, ଦମୟନ୍ତୀ ମୁର୍ମୁ, ମିଥିଲା ଟୁଡୁ, ସୂର୍ଯ୍ୟମଣି ହାଁସଦା ଏବଂ ସଂଗଠନ ର ଅନ୍ୟ ସଦସ୍ୟ ମାନେ ଉପସ୍ଥତ ରହି ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଏହି ସଂଗଠନ ସବୁବେଳେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ