ଇତିହାସ ବିଭାଗୀୟ ପାଠଚକ୍ର ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ
ହିିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗୀୟ ପାଠଚକ୍ର ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଶାନ୍ତିକୁଂଜ ହରିଦ୍ୱାରର ଛାତ୍ରୀ ପ୍ରାଚୀ ଶର୍ମା, ଅସ୍ମିତା ଭଟ୍ଟସ୍ ଓ କାଜଲ ରାୱତ ପ୍ରମୁଖ ଯୋଗଦେଇ ଯୋଗ ଓ କର୍ମକାଣ୍ଡ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଉପଜୋନ ସଂଯୋଜକ ତଥା ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ, ବୃନ୍ଦାବନ ମିଶ୍ର ଯୋଗଦେଇ ମୋଗଲ ସମ୍ରାଟ ଆକବରଙ୍କ ଉଦାରତା ଓ କୁଟନୈତିକ ଶାସନ ପ୍ରଣାଳୀ ସମ୍ପର୍କରେ କହିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ବବିତା ପାତ୍ର ମେ।।ଗଲ ସାମ୍ରାଜ୍ୟର ଶାସନ ପଦ୍ଧତି, ଧର୍ମୀୟ ମତବାଦ ଓ ରାଜପୁତ ନୀତି ସମ୍ପର୍କରେ କହିଥିଲେ । ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ, ଅଧ୍ୟାପିକା ସୁନିତା ପାଣିଗ୍ରାହୀ ସର୍ନ୍ଧଭ ପାଠ କରିଥିଲେ । ବିଶାଖା ପ୍ରହରାଜ, ଶୁଭଶ୍ରୀ ପଟ୍ଟନାୟକ, ସସ୍ମିତା ସ୍ୱାଇଁ, କାଳୁ ବେହେରା, ଜୟନ୍ତ ସ୍ୱାଇଁ, ଗିତାଂଜଳି ପାତ୍ର, ଏସ. ଶିବାନି ସ୍ୱାମୀ, କେ. ସ୍ନିଗ୍ଧା ରାଓ, ଦିବାକର ମହାଙ୍କୁଡ଼, ରାଜେଶ ମଲ୍ଲିକ, ସୁନେଲି ମାର୍ଥା, ଲକ୍ଷ୍ମୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ପାଠଚକ୍ରରେ ବିଭାଗୀୟ ବହୁ ଛାତ୍ରୀ, ଛାତ୍ର ଅଂଶଗ୍ରହଣ କରିଥିଲେ ।


