ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଓସଲୋ

ଚଳିତ ବର୍ଷର ନୋବେଲ ଶନ୍ତି ପୁରସ୍କାର ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ପ୍ରଦାନ କରାଯିବ । ପଡ଼ୋଶୀ ରାଷ୍ଟ୍ର ଇରିଟ୍ରିଆ ସହ ସୀମା ବିବାଦର ସମାଧାନ ପାଇଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ନୋବେଲ ଏକାଡେମି ଘୋଷଣା କରିଛି । ଇଥିଓପିଆ ଏବଂ ଇରିଟ୍ରିଆ ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମାକୁ ନେଇ ଶତ୍ରୁତା ଲାଗି ରହିଥିଲା । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା । ଅବି ଅହମଦଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଗତବର୍ଷ ଜୁଲାଇରେ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ସମ୍ଭବ ହୋଇପାରିଛି । ଏଥିପାଇଁ ତାଙ୍କୁ ଇଥିଓପିଆର “ନେଲସନ ମଣ୍ଡେଲା ‘ ବୋଲି ମଧ୍ୟ କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୦୧୮ରେ ଅବି ଅହମଦ ଇଥିଓପିଆର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ମାତ୍ର ୧୦୦ ଦିନ ଭିତରେ ଦେଶରୁ ଜରୁରୀ ପରିସ୍ଥିତି ହଟାଇ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିଥିଲେ । ଓସଲୋରେ ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ୪୩ ବର୍ଷୀୟ ଅବି ଅହମଦ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିବେ । ହରିୟାଣା ବିଧାନସଭା ନିର୍ବାଚନ : କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର ଚଣ୍ଡିଗଡ଼ : ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି । ନିର୍ବାଚନୀ କଂଗ୍ରେସ ମହିଳାମାନଙ୍କ ପାଇଁ ଉଭୟ ସରକାରୀ ଚାକିରି ଏବଂ ଘରୋଇ ଅନୁଷ୍ଠାନ ଗୁଡ଼ିକରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି ଦେଇଛି । ପଞ୍ଚାୟତିରାଜ ଅନୁଷ୍ଠାନ, ମ୍ୟୁନିସପାଲିଟି କର୍ପୋରେସନ୍ ଏବଂ ଏନ୍ଏସି କ୍ଷେତ୍ରରେ ମଧ୍ୟ ଦଳ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛି । ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଏବଂ ଅତି ପଛୁଆ ଜାତିର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୨,୦୦୦ ଟଙ୍କାର ସ୍କଲାରସିପ୍ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ୧୫,୦୦୦ ଟଙ୍କାର ସ୍କଲାରସିପ୍ ଦେବାପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ନିର୍ବାଚନୀ ଇସ୍ତାହାରେ ମହିଳାମାନଙ୍କ ଉପରେ ସ୍ୱତନ୍ତ୍ର ଫୋକସ୍ କରାଯାଇଛି । ଅନ୍ୟପକ୍ଷେ ହରିୟାଣା କଂଗ୍ରେସ ମୁଖ୍ୟ କୁମାରୀ ସେଲଜା ଘୋଷଣା କରିଛନ୍ତି ଯେ ଯଦି ଦଳ କ୍ଷମତାକୁ ଆସେ ତା ହେଲେ କୃଷକଙ୍କ ଋଣଛାଡ଼ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ