ଇନଟାକର ଐତିହ୍ୟ ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଇନଟାକ, ବାଲେଶ୍ୱର ଚାପଟାର ଏବଂ ଦିଲୀ ଏଚଇସିଏସ ଶାଖାର ମିଳିତ ସହଯୋଗରେ ସ୍ଥାନୀୟ ହରିପ୍ଲାଜାରେ ଚାଲିଥିବା ଐତିହ୍ୟ ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜିଲାର ବିଭିନ୍ନ ବିଦ୍ୟାଳୟରୁ ୨୧ ଜଣ ଶିକ୍ଷକଙ୍କୁ ଏହି ଶିବିରରେ ଐତିହ୍ୟ, ପରମ୍ପରା ଚିହ୍ନଟ ଓ ଏହାର ସଂରକ୍ଷଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରୁ ତାଲିମପ୍ରାପ୍ତ ଶିକ୍ଷକମାନେ ପରବର୍ତ୍ତୀ କାଳରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଅବସରରେ ଶିକ୍ଷାର୍ଥୀମାନ ଶ୍ୟାମସୁନ୍ଦର ମନ୍ଦିର ଓ ବ୍ରିଟିଶ ସମାଧିସ୍ଥଳ ପରିଦର୍ଶନ କରିଥିଲେ । ପରିଦର୍ଶନ ସ୍ଥଳରେ ବିଶ୍ୱନାଥ ରଣା, ହରେନ ରଣା, ଅର୍ଚ୍ଚନା ନନ୍ଦୀ ଉପସ୍ଥିତ ରହି ମାଗଦର୍ଶନ କରିଥିଲେ । ଉଦଯାପନ ଉତ୍ସବରେ ଆବାହକ ଉଦୟ ରଞ୍ଜନ ଦାସ ଓ ଅତିରିକ୍ତ ସହ ଆବାହକ ନିକୁଞ୍ଜ ବିହାରୀ ଦାସ ଆଗାମି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଭାବଗ୍ରାହୀ ମହାନ୍ତି ଧନ୍ୟବାଦ ଦେଇଥିଲେ । ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଅଲିଭା ଦାସ, ଯଶୋଦାନନ୍ଦନ ଆସ, ସତ୍ୟନାରାୟଣ ନନ୍ଦ, ଅଖୁଳ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ