ଇନ୍ଷ୍ଟାଗ୍ରାମରୁ ୪.୯କୋଟି ଡାଟା ଚୋରି
ନୂଆଦିଲ୍ଲୀ, (ଏଜେନ୍ସି): ମୁମ୍ବାଇର ସୋସିଆଲ୍ ମିଡ଼ିଆ ମାର୍କେଟିଂ ଫାର୍ମ ଚାର୍ଟବକ୍ସ ଇନ୍ଷ୍ଟାଗ୍ରାମ ଡାଟାବେସ୍କୁ ଟ୍ରେସ୍ କରିଛନ୍ତି । ଏହି ଡାଟାବେସ୍ରେ ୪.୯କୋଟି ହାଇ-ପ୍ରୋଫାଇଲ୍ ଲୋକଙ୍କ ବ୍ୟକ୍ତିଗତ ରେକର୍ଡ଼ ରହିଛି । ଏଥିରେ ଜଣାଶୁଣା ଖାଦ୍ୟ ବ୍ଲଗ୍ର, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ସୋସିଆଲ୍ ମିଡ଼ିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇଛି । ସୂଚନାନୁସାରେ ଏହି ଡାଟା ଲିକ୍ରେ ଫଲୋଅର୍ସଙ୍କ ସଂଖ୍ୟା, ବାୟୋ, ପବ୍ଲିକ୍ ଡାଟା, ପ୍ରୋଫାଇଲ୍ ଫିକ୍ଚର, ସ୍ଥାନ ଓ ବ୍ୟକ୍ତିଗତ କଣ୍ଟାକ୍ଟ ପିନ୍ବିରେ ମଧ୍ୟ ସାମିଲ ରହିଛି । ହେଲେ ଏପରି କରଥିବା ଫାର୍ମ ଚାର୍ଟବକ୍ସ ସମ୍ବନ୍ଧରେ ଟେକ୍କ୍ରଞ୍ଚ ରିପୋର୍ଟ ପ୍ରକାଶ କରିବା କ୍ଷଣି ଡାଟାବେସ୍ଗୁଡ଼ିକ ଅଫ୍ଲାଇନ୍ କରିଦିଆଯାଇଥିବା ଉଲ୍ଲେଖ ହୋଇଛି । ପ୍ରକାଶ ଯେ ସର୍ବପ୍ରଥମେ ଏହି ତଥ୍ୟ ସୁରକ୍ଷା ବିଶେଷଜ୍ଞ ଅନୁରାଗ ସେନ୍ ପ୍ରଦାନ କରିଥିଲେ । ଏହାପରେ ସେ ଟେକ୍କ୍ରଞ୍ଚ୍କୁ ଏଥିପାଇଁ ଆଲର୍ଟ କରିଥିଲେ । ଉପଭୋକ୍ତାଙ୍କ ଡାଟାକୁ ଏକ୍ସପୋଜ କରିଥିବା ଚ୍ୟାର୍ଟବକ୍ସ ନିଜ ଆକାଉଣ୍ଟରେ ପ୍ରାୟୋଜିତ କଣ୍ଟାକ୍ଟକୁ ପୋଷ୍ଟ କରିବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟଙ୍କା ଦେଇଥାଏ । ଏହି ଖବର ପ୍ରକାଶ ପାଇବା ପରେ ଇନ୍ଷ୍ଟାଗ୍ରାମର ମାଲିକାନା କମ୍ପାନୀ ଫେସ୍ବୁକ୍ ଏହାର ଯାଞ୍ଚ କରାଯାଉଥିବା ପ୍ରକାଶ କରିଛି ।


