ଉଚ୍ଚ ମାଧ୍ୟତ୍ମିକ ବିଦ୍ୟାଳୟରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟତ୍ମିକ ବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ବାଳିକା ବିଭାଗ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି । ତମାଖୁ ଗୁଟକା, ମଦ, ସିଗାରେଟ ଆଦି ମାଦକ ଦ୍ରବ୍ୟ ସେବନ ଦ୍ୱାରା ମଣିଷର ଶାରୀରିକ କ୍ଷତି ଓ ବିନାଶ ସମ୍ପର୍କରେ ସଚେତନତା ରାଲି ଆୟୋଜିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମକୁ ବାଳିକା ବିଭାଗ ଯୋଜନା ଅଧିକାରୀ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ଭାରପ୍ରାପ୍ତ ଅଧ୍ୟକ୍ଷ ଏସ.ରମେଶ ଓ କର୍ମଚାରୀ କାମାକ୍ଷା ପ୍ରସାଦ ପଟ୍ଟନାୟକ, ଅଜୟ ଦଳେଇ ଓ ଛାତ୍ରୀମାନେ ସହଯୋଗ କରିଥିଲେ। ସେଇପରି ଚାନ୍ଦିପୁଟ ସ୍ଥିତ ଇନ୍ଦ୍ରା ସ୍ମୁତି ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ପାଳନ ହୋଇଛି ବିଦ୍ୟାଳୟ ର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠି ଅଧ୍ୟକ୍ଷତା କରିଥଲେ ଜାତୀୟ ସେବା ଯୋଜନା ଓ ରେଡକ୍ରସ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜାତୀୟ ସେବାଯୋଜନା ର ସନ୍ୟାସୀ ବେହେରା, ସମେତ ସମସ୍ତ ଅଧ୍ୟାପକ କର୍ମଚାରୀ ମାନେ ଉପସ୍ଥିତ ଥିଲେ  I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ