କଂସାମାରୀ ଗଂଜେଇ ବେପାରୀ ଙ୍କ ଚରାଭୁଈ ପାଲଟିଛି : ଗଞ୍ଜେଇ ଜବତ କଲା ପାଟପୁର ପୋଲିସ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଏବେ ଗଞ୍ଜେଇ କାରବାରର ପେଣ୍ଠ ସ୍ଥଳୀ ପାଲଟିଛି ଗଞ୍ଜାମ ଜିଲ୍ଲା  ସାନଖେମୁଣ୍ଡି   ବ୍ଲକ ଡେଙ୍ଗାଉସ୍ତା, ଧାରମପୁର, କଂସାମାରି ।ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଗ୍ରାମରେ ପୋଲିସ ମଙ୍ଗଳବାର ସକାଳୁ ଜଣେ ଯୁବକଙ୍କ ଘରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଗ୍ରାମର ଗଦାଧର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ କଂସାମାରୀ ଢେପସାହିର ବାଙ୍କୁଲୁ ବେହେରାଙ୍କ ପୁଅ ଅଭିଯୁକ୍ତ ଗଦାଧର ଦୀର୍ଘ ଦିନ ଧରି  ବେଆଇନ ଭାବେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୋଲିସ ବିଶେଷ ସୂତ୍ରରୁ  ଖବର ପାଇଥିଲା । ଯାହାଫଳରେ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଆଜି ସକାଳ ୫ ଘଣ୍ଟା ସମୟରେ ଅଭିଯୁକ୍ତଙ୍କ ଘରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ପୋଲିସ ଘର ଭିତର ଅନୁସନ୍ଧାନ କରି ୨ ଟି ବସ୍ତାରେ ଭରପୁର ରହିଥିବା ଗଞ୍ଜେଇ ଜବତ କରିବା ସହ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଉକ୍ତ ଦୁଇ ବସ୍ତାରେ ଥିବା ଗଞ୍ଜେଇର ଓଜନ କରିବା ପରେ ସେଥିରେ ୫୯ କେଜି ୨୦୦ ଗ୍ରାମ ରହିଥିବା ବେଳେ ସହ ଯାହାର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଏଥିସହ ଏହି ବେଆଇନ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଅନ୍ୟ ଜଣେ ସଂପୃକ୍ତ ରହିଥିବା ବେଳେ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଚଢାଉ ପରେ ଏସ୍ଆଇ ମିଲନ ପାଣିଗ୍ରାହୀଙ୍କ ଏତଲା କ୍ରମେ ଥାନା ମାମଲା ନଂ ୧୭୨/୨୨ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରାଯାଇ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା  ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ