ଉଠାଦୋକାନୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବି

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): କୋଣାର୍କ ବଜାର ସମେତ ଚନ୍ଦ୍ରଭାଗାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କୁ ଏଯାବତ୍ କ୍ଷୟକ୍ଷତି ଆକଳନ କରାଯାଇନାହିଁ । ସରକାର ଦୋକାନୀମାନଙ୍କ କ୍ଷୟକ୍ଷତି ଆକଳନ କରି ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଫାନିର ୨୮ ଦିନ ପରେ ମଧ୍ୟ କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଫଳରେ ଦୋକାନୀମାନଙ୍କୁ କ୍ଷତିପୂରଣ ମିଳିବା ନେଇ ଆଶଙ୍କା ଦେଖାଦେଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ହସ୍ତଶିଳ୍ପ ଦୋକାନଗୁଡ଼ିକର ସମସ୍ତ ସରଞ୍ଜାମ ନଷ୍ଟ ହୋଇଥିବାବେଳେ କୋଣାର୍କ ବସ୍ଷ୍ଟାଣ୍ଡ, ଥାନା ଛକ, ମେଡିକାଲ ଛକ, ମାଧିପୁର, ଚନ୍ଦ୍ରଭାଗା ବଜାର ସମେତ ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନୀମାନେ ପ୍ରଭାବିତ ହୋଇଥିବାବେଳେ ଏମାନଙ୍କର କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଏବେବି ଉଠା ଦୋକାନୀମାନେ ନିଜର ଦୋକାନ ନସଜାଡ଼ି ସହାୟତା ଅପେକ୍ଷାରେ ରହିଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ପ୍ରଶାସନ କ୍ଷୟକ୍ଷତି ଆକଳନ କରିନଥିବାରୁ ଏବେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି । ଏ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏ ସଂପର୍କରେ କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍.ଶ୍ରୀନିବାସ କହିଛନ୍ତି ଘରଭଙ୍ଗା ସର୍ଭେ କାର୍ଯ୍ୟ ଚାଲୁ ରହିଛି । ଖୁବ୍ ଶୀଘ୍ର ଇନ୍କ୍ୱାରୀ କରାଯିବ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ